ମହାକାଳଙ୍କ ଭସ୍ମ ଆରତୀରେ ପ୍ରବେଶ କଲେ ସଂଖ୍ୟାଲଘୁ ସଂପ୍ରଦାୟର ଯୁବକ, ପୋଲିସ ଦ୍ବାରା ଗିରଫ

ଉଜୈନ, ଡିସେମ୍ବର ୧୬ : ମଧ୍ୟପ୍ରଦେଶର ଉଜୈନର ମହାକାଳ ମନ୍ଦିରରେ ଜଣେ ସଂଖ୍ୟାଲଘୁ ସଂପ୍ରଦାୟର ଯୁବକ ନକଲି ପରିଚୟ ପତ୍ର ଦେଖାଇ ଭସ୍ମ ଆରତୀରେ ସାମିଲ ହୋଇଛି। ପରେ ସଂପୃକ୍ତ ଯୁବକକୁ ପୋଲିସ ଗିରଫ ସହ ନକଲି ପରିଚୟପତ୍ର ଜବତ କରିଛି। ଧରାପଡ଼ିଥିବା ଯୁବକ ଜଣକ ନିଜର ବନ୍ଧୁ ଖୁଶବୁ ଦୁବେ ନାମରେ ଜଣେ ବ୍ୟକ୍ତିଙ୍କ ସହିତ ଉଜୈନ ଆସିଥିଲା। ଉଜୈନର ମହାକାଳେଶ୍ବର ମନ୍ଦିରରେ ନକଲି ପରିଚୟପତ୍ର ସହିତ ଯୁବକଙ୍କୁ ଭସ୍ମ ଆରତୀ ଦର୍ଶନ ସମୟରେ ଗିରଫ କରାଯାଇଛି। ଯୁବକର ପାଖରୁ ଅଭିଷେକ ଦୁବେ ନାମରେ ଥିବା ନକଲି ପରିଚୟପତ୍ର ଜବତ କରାଯାଇଛି। ଯୁବକର ପ୍ରକୃତ ନାମ ମହମ୍ମଦ ୟୁନୁସ କୁହାଯାଉଛି। ସେ କର୍ଣ୍ଣାଟକର ନିବାସୀ। ସେ ନିଜର ବନ୍ଧୁଙ୍କ ସହିତ ମହାକାଳେଶ୍ବର ମନ୍ଦିରର ଭସ୍ମ ଆରତୀ ଦେଖିବାକୁ ଆସିଥିଲା।   

Leave A Reply

Your email address will not be published.