କନ୍ଧମାଳର ସ୍ୱାର୍ଥ ପାଇଁ ପୁଣି ଗର୍ଜିବ କନ୍ଧମାଳ ପିପୂଲସ୍ ଫୋରମ୍ (KPF )

କନ୍ଧମାଳ: ସ୍ବାଧିନତାର ୭୪ ବର୍ଷ ବିତିଯାଇଛି ହେଲେ ସ୍ବାଧିନତାର ସ୍ଵାଦ ଚାଖି ପାରିଲେନି କନ୍ଧମାଳ ଜିଲ୍ଲା ବାସୀ। ପାହାଡ ପର୍ବତ ଘେରା ଜିଲ୍ଲା କୁ ରେଳ ସଂଯୋଗ ହୋଇଥିଲେ ମଧ୍ୟ ଓଡିଶା ର ମଧ୍ୟ ଭାଗରେ ଅବସ୍ଥିତ କନ୍ଧମାଳ ଜିଲ୍ଲା କୁ ଏଯାଏଁ ରେଳ ସଂଯୋଗ ହୋଇପାରିନି। ଜିଲ୍ଲାରେ ପ୍ରାୟ ୭ଲକ୍ଷ ୫୦ହଜାର ଲୋକ ବସବାସ କରୁଛନ୍ତି। ଲୋକଙ୍କ ସାମଗ୍ରିକ ବିକାଶ ପାଇଁ ଗମନା ଗମନ ର ସୁବିଧା ନିହାତି ଆବଶ୍ୟକ। ହେଲେ ବାରମ୍ବାର କେନ୍ଦ୍ରସରକାର ଙ୍କ ନିକଟରେ ଦାବି ପୂରଣ ପାଇଁ ଦୀର୍ଘ ୪ବର୍ଷ ହେଲା ଲଗାତାର ଭାବେ କନ୍ଧମାଳ ପିପୂଲସ୍ ଫୋରମ୍ KPF ଆନ୍ଦୋଳନ କରିଆସୁଛି। ଦାବି ପୂରଣ ପାଇଁ ପ୍ରଧାନମନ୍ତ୍ରୀ ଙ୍କୁ ଏକ ଲକ୍ଷ ପୋଷ୍ଟ କାର୍ଡ ପ୍ରେରଣ କରଯାଇଛି, ବାଇକ୍ ରାଲି ଓ ଗଣ ଧାରଣା, ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦିଲ୍ଲୀ ରେ ରେଳ ମନ୍ତ୍ରଣାଳୟ ର ନିର୍ଦ୍ଦେଶକ ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଙ୍କୁ ଭେଟି ଆଲୋଚନା କରଯାଇଛି। ରାଜ୍ୟ ରେ ବି ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ପଦ୍ମନାଭ ବେହେରା ଙ୍କ ସହିତ ବି ବହୁବାର ଆଲୋଚନା କରାଯାଇଛି। ବ୍ରହ୍ମପୁର ଠାରୁ ସମ୍ବଲପୁର ଭାୟା ଫୁଲବାଣୀ ରେଳ ପ୍ରକଳ୍ପ ଘୋଷଣା କରାଯାଇଛି ଏବଂ ଟୋକନ୍ ମନି ଏକ ଲକ୍ଷ ଟଙ୍କା କେନ୍ଦ୍ର ସରକାର ଗତ ୨୦୨୦-୨୧ ବଜେଟ୍ ରେ ଦେଇଛନ୍ତି। ହେଲେ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ ହେଉନି ସେଥିପାଇଁ ଯଥା ଶୀଘ୍ର କନ୍ଧମାଳ ଜିଲ୍ଲା କୁ ରେଳ ସଂଯୋଗ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିବା ସହିତ କାର୍ଯ୍ୟ ଆରମ୍ଭ କରିବାକୁ ଦାବି କରିଛି KPF। ନିକଟରେ କନ୍ଧମାଳ ପିପୁଲସ୍ ଫୋରମ୍ ପକ୍ଷରୁ ସଭାପତି ଶ୍ରୀଯୁକ୍ତ ରାଧାମୋହନ ମହାପାତ୍ର ଦିଲ୍ଲୀ ଯାଇ ରେଳମନ୍ତ୍ରୀ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ତୁରନ୍ତ ରେଳ ସଂଯୋଗ କାର୍ଯ୍ୟ ଆରମ୍ଭ କରି କନ୍ଧମାଳ ବାସୀଙ୍କୁ କେନ୍ଦ୍ର ସରକାର ନ୍ୟାୟ ଦିଅନ୍ତୁ ବୋଲି କହିଛନ୍ତି । ନଚେତ୍ ଆଗମୀ ଦିନରେ କେନ୍ଦ୍ର ସରକାର ଙ୍କ ବିରୁଦ୍ଧରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଶ୍ରୀଯୁକ୍ତ ରାଧାମୋହନ ମହାପାତ୍ର ଗଣମାଧ୍ୟମ କୁ ସୁଚନା ଦେଇଛନ୍ତି।

Leave A Reply

Your email address will not be published.