ଓମିକ୍ରନ୍‌ର ତୀବ୍ରଗତି! ହାଇଦ୍ରାବାଦ୍‌ରେ ୪ ନୂଆ ପଜିଟିଭ୍‌

ନୂଆଦିଲ୍ଲୀ, ଡିସେମ୍ବର ୧୭ : ଭାରତରେ କରୋନା ଭାଇରସ୍‌ର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଦ୍ବାରା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପର୍ଯ୍ୟନ୍ତ ଦେଶରେ ମୋଟ ୮୭ ଜଣ ଓମିକ୍ରନ୍‌ ଚିହ୍ନଟ ହୋଇସାରିଛନ୍ତି। ଗୁରୁବାର ତେଲେଙ୍ଗାନାରେ ପୁଣି ୪ ଜଣ ଓ କର୍ଣ୍ଣାଟକରେ ୫ ଜଣ ସଂକ୍ରମିତ ହୋଇଛନ୍ତି। ଏଥି ସହିତ ତେଲେଙ୍ଗାନାରେ ମୋଟ ସଂଖ୍ୟା ୬ ଏବଂ କର୍ଣ୍ଣାଟକରେ ୮କୁ ବୃଦ୍ଧି ପାଇଛି। ଦେଶରେ ଓମିକ୍ରନ୍‌ରେ ସର୍ବାଧିକ ସଂକ୍ରମିତ ହୋଇଥିବା ରାଜ୍ୟ ହେଉଛି ମହାରାଷ୍ଟ୍ର।  ଏପର୍ଯ୍ୟନ୍ତ ଭାରତରେ ଓମିକ୍ରନ୍‌ର ମୋଟ ୮୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୩୨, ରାଜସ୍ଥାନରେ ୧୭, ଦିଲ୍ଲୀରେ ୧୦, କର୍ଣ୍ଣାଟକରେ ୮, ତେଲେଙ୍ଗାନାରେ ୬, କେରଳ, ଗୁଜରାଟରେ ୫-୫, ପଶ୍ଚିମବଙ୍ଗ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ଚଣ୍ଡୀଗଡ଼ରେ ଜଣେ ଲେଖାଏଁ ଓମିକ୍ରନ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି।  କର୍ଣ୍ଣାଟକରେ ଗୁରୁବାର ଚିହ୍ନଟ ଓମିକ୍ରନ ରୋଗୀଙ୍କ ମଧ୍ୟରୁ ୩ ଜଣ ବିଦେଶ ଫେରନ୍ତା। ଅନ୍ୟ ୨ ଜଣ ଦିଲ୍ଲୀରୁ ବାଙ୍ଗାଲୁରୁ ଆସିଥିଲେ। ବିଦେଶ ଫେରନ୍ତା ଯୁବକ ୟୁକେ, ନାଇଜେରିଆ ଓ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ। 

Leave A Reply

Your email address will not be published.