ଲକ୍ଷ୍ନୌରେ ଅମିତ ଶାହଙ୍କ ‘ସରକାର ବନାଅ, ଅଧିକାର ପାଅ’ ରାଲି

ଲକ୍ଷ୍ନୌ, ଡିସେମ୍ବର ୧୭ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ‘ସରକାର ବନାଅ, ଅଧିକାର ପାଅ’ ରାଲି କରିବେ। ଭାରତୀୟ ଜନତା ପାର୍ଟି (ବିଜେପି)ର ଆୟୋଜନରେ ଏହି ରାଲି ଲକ୍ଷ୍ନୌର ରମାବାଇ ଆମ୍ବେଦକର ପଡ଼ିଆରେ ଅପରାହ୍ନ ୧ଟାରେ ଆୟୋଜନ ହେବ।  ଅମିତ ଶାହଙ୍କ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ନିଷାଦ ପାର୍ଟି ମୁଖ୍ୟ ସଂଜୟ ନିଷାଦ ଓ ରାଜ୍ୟ ବିଜେପି ସଭାପତି ସ୍ବତନ୍ତ୍ର ଦେବ ସିଂହ ଉପସ୍ଥିତ ରହିବେ ବୋଲି ବିଜେପି ଉତ୍ତରପ୍ରଦେଶ ଉପସଭାପତି ସନ୍ତୋଷ ସିଂହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ରାଲିରେ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଓ ଦିନେଶ ଶର୍ମା ମଧ୍ୟ ଉପସ୍ଥିତ ରହିବେ।  ଜାତୀୟ ଗଣମାଧ୍ୟମକୁ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କେନ୍ଦ ଗୃହମନ୍ତ୍ରୀ ଏହି ଦିନିକିଆ ଗସ୍ତରେ ନିଷାଦ ସମାଜ ଜନ ସଭାରେ ମଧ୍ୟ ଯୋଗଦେ‌ଇପାରନ୍ତି। ଏହି କାର୍ଯ୍ୟକ୍ରମ ଅପରାହ୍ନ ୨ଟାରୁ ୩ଟା ଭିତରେ ଆୟୋଜନ ହେବ। ଅମିତ ଶାହ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା କରାଯାଇଥିବା ୨୩ଟି ଉତ୍ତରପ୍ରଦେଶ କୋଅପରେଟିଭ ବ୍ୟାଙ୍କ ଅପରାହ୍ନ ୩ଟା ୪୫ରୁ ୪ଟା ୪୫ ଭିତରେ ଉଦଘାଟନ କରିବେ। ସେହିପରି ସେ ୨୯ଟି ଗୋଦାମଙ୍କୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ।  

Leave A Reply

Your email address will not be published.