ମହିଳା ରୋଗୀଙ୍କ କିଡ୍‌ନୀରୁ ୧୫୬ ଖଣ୍ଡ ପଥର ଖଣ୍ଡ ବାହାର କଲେ ଡାକ୍ତର

ନୂଆଦିଲ୍ଲୀ, ଡିସେମ୍ବର ୧୭ : ହାଇଦ୍ରାବାଦ୍‌ର ଏକ ବଡ଼ ଡାକ୍ତରଖାନାରେ ଗୁରୁବାର ଏକ ବିରଳ ଚିକିତ୍ସା କରାଯାଇଛି। ଏଠାକାର ଡାକ୍ତରୀ ଟିମ୍‌ ଜଣେ ମହିଳା କିଡ଼୍‌ନୀରୁ ୧୫୬ ଖଣ୍ଡ ପଥର ଖଣ୍ଡ ବାହାର କରିଛନ୍ତି। ଡାକ୍ତରଙ୍କ କହିବା ଅନୁସାରେ ଦେଶରେ ପ୍ରଥମ ଥର ଜଣେ ରୋଗୀଙ୍କ କିଡ୍‌ନୀରୁ ଏତେ ପରିମାଣରେ ଷ୍ଟୋନ୍‌ ବାହାରିଛି। ହାଇଦ୍ରାବାଦ୍‌ର ପ୍ରୀତି ୟୁରୋଲୋଜି ଆଣ୍ଡ କିଡ୍‌ନୀ ହସ୍ପିଟାଲ ଦାବି କରିଛି ଯେ, ହୁବଲି ଅଞ୍ଚଳର ମହିଳାଙ୍କ କିଡ୍‌ନୀରୁ ପଥର ଖଣ୍ଡ ଗୁଡ଼ିକ ବାହାର କରିବା ପାଇଁ ଅସ୍ତ୍ରୋପଚାର ବଦଳରେ ଲେପ୍ରୋସ୍କୋପି ଓ ଆଣ୍ଡୋସ୍କୋପିର ବ୍ୟବହାର କରାଯାଇଥିଲା। ରୋଗୀ ବାସବରାଜ ହେଉଛନ୍ତି ଜଣେ ଶିକ୍ଷୟିତ୍ରୀ। ତାଙ୍କୁ ଅଚାନକ ଯନ୍ତ୍ରଣା ହୋଇଥିଲା। ଏହା ପରେ ଯାଞ୍ଚ କରଇବାରୁ ଜାଣିବାକୁ ପାଇଲେ ଯେ, ତାଙ୍କ କିଡ୍‌ନୀରେ ପଥର ଜମା ହୋଇଛି। ଷ୍ଟୋନ୍‌ କିଡ୍‌ନୀରେ ଥିଲା। ଡାକ୍ତରଙ୍କ କହିବା ଅନୁସାରେ ଏହା ବଡ଼ ବିରଳ ଚିକିତ୍ସା ଥିଲା। ରୋଗୀଙ୍କ ଠାରେ ବିଗତ ୨ ବର୍ଷ ହେବ ଷ୍ଟୋନ ଥିଲା। ରୋଗୀଙ୍କୁ ପୂର୍ବରୁ କୌଣସି ସ୍ବାସ୍ଥ୍ୟଜନିତ ସମସ୍ୟା ନଥିଲା। କିନ୍ତୁ ଅଚାନକ ଯନ୍ତ୍ରଣା ହୋଇଥିଲା। ଏହା ପରେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବାରୁ କିଡ୍‌ନୀରେ ପଥର ଏକତ୍ର ଥିବା ଜଣାପଡ଼ିଥିଲା।   

Leave A Reply

Your email address will not be published.