ଏଣିକି ଟିକେଟ୍‌ ରଦ୍ଦ କଲେ ତୁରନ୍ତ ମିଳିବ ଫେରସ୍ତ

ଦିଲ୍ଲୀ, ଡିସେମ୍ବର ୧୭ : ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ଖୁସି ଖବର। ଏପର୍ଯ୍ୟନ୍ତ ଟ୍ରେନ୍‌ର ଟିକେଟ୍‌ ରଦ୍ଦ ହୋଇଗଲେ ଅଥବା କୌଣସି କାରଣବଶତଃ ଟିକେଟ ବାତିଲ କଲେ ଫେରସ୍ତ (IRCTC iPay Refund) ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଥିଲା। କିନ୍ତୁ ଆଗାମୀ ଦିନରେ ଏହି ଅସୁବିଧା ହେବ ନାହିଁ। ରେଳବାଇ ଯଥାଶୀଘ୍ର ଫେରସ୍ତ ଲାଗି ନୂଆ ସେବା ଦେଉଛି। IRCTC  ନିଜର ପେମେଣ୍ଟ ଗେଟୱେର IRCTC-iPay ନାମରେ ଏକ ପ୍ଲାଟଫର୍ମ ଶୁଭାରମ୍ଭ କରିଥିଲା। ଏହି ସେବା ପୂର୍ବରୁ ହିଁ ପରିଚାଳିତ ହେଉଛି। ଏହାରି ମାଧ୍ୟମରେ ଟିକେଟ ବୁକିଂ ପାଇଁ କୌଣସି ବ୍ୟାଙ୍କର ପେମେଣ୍ଟ ଗେଟୱେ ମାଧ୍ୟମରେ କରାଯାଇଥାଏ। ଏହା ଦ୍ବାରା ଟିକେଟ ବାତିଲ କରାଯିବା କ୍ଷେତ୍ରରେ ସହଜରେ ଟଙ୍କା ଫେରସ୍ତ ହୋଇଯାଇଥାଏ। 

ଜାଣନ୍ତୁ ପ୍ରକ୍ରିୟା

Umasankar Adv

-iPay ମାଧ୍ୟମରେ ବୁକିଂ ପାଇଁ ସର୍ବପ୍ରଥମେ www.irctc.co.inରେ ଲଗ୍‌ଇନ୍‌ କରନ୍ତୁ

-ଯାତ୍ରା ସଂପର୍କିତ ଡିଟେଲ ତଥ୍ୟ ଦିଅନ୍ତୁ

-ଏହା ପରେ ନିଜର ରୁଟ ଅନୁସାରେ ଟ୍ରେନ୍‌ ଚୟନ କରନ୍ତୁ

gpkandhamal

-ଟିକେଟ ବୁକ କରିବା ସମୟରେ ପେମେଣ୍ଟ ପ୍ରଣାଳୀରେ ଆପଣଙ୍କୁ ପ୍ରଥମ ବିକଳ୍ପ IRCTC iPay ମିଳିବ

-ଏହି ବିକଳ୍ପକୁ ଚୟନ କରି ପେ ଆଣ୍ଡ ବୁକ୍‌ କରନ୍ତୁ

-ଏହା ପରେ ପେମେଣ୍ଟ ପାଇଁ କ୍ରେଡିଟ କାର୍ଡ, ଡେବିଟ କାର୍ଡ ଓ ୟୁପିଆ ତଥ୍ୟ ପୂରଣ କରନ୍ତୁ

-ଏହା ପରେ ଟିକେଟ ବୁକିଂ ହୋଇଯିବ

-ସବୁଠାରୁ ବଡ଼ କଥା ହେଲା ଯେ, ଭବିଷ୍ୟତରେ ଟିକେଟ ବୁକ କଲେ ଦ୍ବିତୀୟ ଥର ପୂରା ବିବରଣୀ ପୂରଣ କରିବାକୁ ପଡ଼ିବ ନାହିଁ

Leave A Reply

Your email address will not be published.