ବ୍ରହ୍ମପୁର ,ଡିସେମ୍ବର 17 : ବହୁ ଚର୍ଚ୍ଚିତ ତପସ୍ବିନୀ-ସୁମିତ ବିବାହ ମାମଲାରେ ଆଜି ବ୍ରହ୍ମପୁର ଏସଡ଼ିଜେଏମ୍ କୋର୍ଟରେ ହେବ ଶୁଣାଣୀ । ତେବେ ଏହି ଶୁଣାଣୀ ପରେ ପରବର୍ତ୍ତୀ ପଦକ୍ଷେପ କଣ ରହିବେ ସେ ନେଇ ନିଷ୍ପତି ନେବେ ଉଭୟ ପକ୍ଷର ଓକିଲ । ତେବେ ଗତକାଲି ଏହି ମାମଲାରେ ଏକ ଟ୍ୱିଷ୍ଟ୍ ଆସିଥିଲା । ସୁମିତ କହିଥିଲେ, ତପସ୍ବିନୀ ମୋତେ ବରବାଦ କରିଦେଲେ । ଜାଣିଶୁଣି ଅପମାନ କରାଉଛନ୍ତି । ମାନ ସମ୍ମାନ ଉପରେ ଆଞ୍ଚ ଆଣୁଛନ୍ତି । ବର୍ତ୍ତମାନ ମାନସିକ ଅବସ୍ଥା ସୁସ୍ଥ ନଥିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସିତ ହେଉଛି । ମୁଁ କୁଆଡେ ଫେରାର କିମ୍ବା କୁଆଡେ ପଳାୟନ କରିନାହିଁ । କୋର୍ଟଙ୍କ ଆଦେଶକୁ ମାନିଛି। ଗତ ୭ ଦିନ ତପସ୍ବିନୀ-ସୁମିତ ଏକାଠି ରହିଥିଲେ ମଧ୍ୟ ସେମାନଙ୍କ ସଂପର୍କ ଆଗକୁ ବଢିନାହିଁ । ସେପଟେ ଡ଼ିମ୍ପଲ ମଧ୍ୟ କହିଛନ୍ତି ମୁଁ କେବେ ବି ପଛକୁ ଓହରିବି ନାହିଁ ,ଲଢେଇ ଏପରି ଜାରୀ ରହିବ । ତେବେ ଆଜି ଜଣାପଡ଼ିବ କଣ କୋର୍ଟଙ୍କ ରାୟ ଆସୁଛି ।