କଇଁ ଫୁଲ କେଶରରେ ବିଷ ପ୍ରୟୋଗ କରି ଚିଲିକାରେ ଚାଲିଛି ପକ୍ଷୀ ଶିକାର

ଟାଙ୍ଗୀ ,ଡିସେମ୍ବର 17 : କଇଁ ଫୁଲ କେଶରରେ ବିଷ ପ୍ରୟୋଗ କରି ଚିଲିକାରେ ଚାଲିଛି ପକ୍ଷୀ ଶିକାର କାର୍ଯ୍ୟ । ଏହି ଘଟଣାରେ ବନ ବିଭାଗ  ୨ ଜଣ ଶିକାରୀଙ୍କୁ ଗିରଫ କରିବା ସହ ୭ ମୃତ ବିଦେଶୀ ପକ୍ଷୀଙ୍କୁ ଜବତ କରିଛି । ଗିରଫ ହୋଇଥିବା ଶିକାରୀଙ୍କ ନାଁ ହେଉଛି ଗାଁର ଦୁସ୍ମନ୍ତ ବେହେରା ଓ ସୁରେନ୍ଦ୍ର ବେହେରା । ଏହି ଦୁଇ ଜଣ ପୁରୀ ଜିଲ୍ଲା ଗଡିଶାଗଦା ଥାନା ଅଧିନସ୍ଥ ଜାଗୁଳେଇ ପଦର ଗାଁର ହୋଇଥିବା ବେଳେ ଆଜି ସକାଳୁ ସକାଳୁ ଶିକାର କାମ ଚାଲିଥିବା ବେଳେ ଧରାପଡ଼ିଥିଲେ । ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗର କର୍ମଚାରୀମାନେ ଚିଲିକାରେ ପାଟ୍ରୋଲିଂ ବେଳେ ଭୁଷଣ୍ଡପୁର ସ୍ଥିତ ଚିଲିକା ମଧ୍ୟରୁ ଏହି ପକ୍ଷୀ ଶିକାରୀଙ୍କୁ ଧରିଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ମୂତାବକ ପ୍ରତିଦିନ ଏପରି କାର୍ଯ୍ୟ ଚାଲୁଥିବା ବେଳେ ବନ ବିଭାଗର ଏହା ଦୃଷ୍ଟି ଗୋଚର ହେଉ ନାହିଁ କି ଏହା ପ୍ରତି କୌଣସି ଭାବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । 

Leave A Reply

Your email address will not be published.