ଆଜି ଉତ୍ତରପ୍ରଦେଶ-ଉତ୍ତରାଖଣ୍ଡର ବିଜେପି ସାଂସଦଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ, ଡିସେମ୍ବର ୧୭ : ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଆସନ୍ତାବର୍ଷ ଏହି ୨ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀ ଉଭୟ ରାଜ୍ୟର ସାଂସଦଙ୍କୁ ଜଳପାନ ମାଧ୍ୟମରେ ସାକ୍ଷାତ କରିବାକୁ ଯାଉଛନ୍ତି। ମୋଦୀ ଆଜି ଉତ୍ତର ପ୍ରଦେଶର ୪୦ ଜଣ ସାଂସଦଙ୍କୁ ଭେଟି ନିର୍ବାଚନ ସଂପର୍କିତ ଆଲୋଚନା କରିବେ।  ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତାକାଲି ଠାରୁ ୧୦ ଦିନ ମଧ୍ୟରେ ୪ ଥର ଉତ୍ତରପ୍ରଦେଶକୁ ଗସ୍ତ କରିବେ।ପ୍ରଧାନମନ୍ତ୍ରୀ ମୋଦୀ ଡିସେମ୍ବର ୧୮ରେ ଶାହଜହାପୁର ଗସ୍ତରେ ରହିବେ। ସେଠାରେ ସେ ଗଂଗା ଏକ୍ସପ୍ରେସ୍‌ ପାଇଁ ଶିଳାନ୍ୟାସ କରିବେ। ଡିସେମ୍ବର ୨୧ରେ ମୋଦୀ ପ୍ରୟାଗରାଜ, ୨୩ରେ ବାରାଣସୀ ଓ ୨୮ରେ କାନପୁର ଗସ୍ତ କରିବେ।  ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ୨ ଦିନିଆ ବାରାଣସୀ ଗସ୍ତ କରିଥିଲେ। ସେଠାରେ ସେ ଗସ୍ତର ପ୍ରଥମ ଦିନରେ କାଶୀ କରଡରକୁ ଉଦଘାଟନ କରିଥିଲେ। ଦ୍ବିତୀୟ ଦିନରେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଗୁରୁତ୍ବପୂର୍ଣ୍ଣ ବୈଠକ କରିଥିଲେ।  

Leave A Reply

Your email address will not be published.