ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ଶୃଙ୍ଖଳା ସ୍ଥଗିତ

ନୂଆଦିଲ୍ଲୀ, ଡିସେମ୍ବର ୧୭ : କୋଭିଡ-୧୯ ସଂକ୍ରମଣ ଦେଶରେ ବ୍ୟାପିବାରୁ ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ଶୃଙ୍ଖଳାକୁ ସ୍ଥଗିତ କରି ଦିଆଯାଇଛି। ଏହି ଶୃଙ୍ଖଳା ଏବେ ଆସନ୍ତା ବର୍ଷ ଜୁନ୍‌ ପ୍ରଥମ ସପ୍ତାହରେ ଖେଳାଯାଇପାରେ। ପାକିସ୍ତାନ ଏବଂ ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ଯୁଗ୍ମ ବୟାନ ଜାରି କରି ଏହା ସ୍ପଷ୍ଟ କରିଛନ୍ତି।  ବୟାନରେ କୁହାଯାଇଛି ଯେ, ଗୁରୁବାର ସକାଳୁ ପିସିବିର କୋଭିଡ-୧୯ ପ୍ରଟୋକଲ ଅନୁସାରେ ୱେଷ୍ଟଇଣ୍ଡିଜର ୧୫ ଜଣ ଖେଳାଳି ଓ ୬ ଜଣ କର୍ମଚାରୀଙ୍କ ରାପିଡ ଆଣ୍ଟିଜେନ୍‌ ପରୀକ୍ଷା କରାଯାଇଥିଲା। ଏହି ସମସ୍ତଙ୍କର ନମୁନା ରିପୋର୍ଟ ନେଗେଟିଭ ଆସିଥିଲା। ଏହି ଅନୁସାରେ ଗୁରୁବାର ଟି୨୦ ଅନ୍ତର୍ଜାତୀୟ ଯୋଜନା ଅନୁସାରେ ଆଗକୁ ବଢ଼ାଯାଇଛି। ଉଭୟ ଟିମ୍‌ର ମଙ୍ଗଳ ପାଇଁ ଏବଂ ଏକଦିବସୀୟ ମ୍ୟାଚ୍‌ ଲାଗି ୱେଷ୍ଟଇଣ୍ଡିଜ ତରଫରୁ ସୀମିତ ବ୍ୟବସ୍ଥାକୁ ଧ୍ୟାନରେ ରଖି ଆଇସିସି ଶୃଙ୍ଖଳା ସହମତି ହୋଇଛି। ପାକିସ୍ତାନ-ୱେଷ୍ଟଇଣ୍ଡିଜ ଦିନିକିଆ ଶୃଙ୍ଖଳା ୨୦୨୨ ଜୁନ୍‌ ଆରମ୍ଭରେ ଚିନ୍ତା କରାଯିବ। ଏହା ଦ୍ବାରା ଖେଳାଳିଙ୍କୁ ଅଧିକ ଅଭ୍ୟାସ କରିବା ପାଇଁ ସୁଯୋଗ ମିଳିପାରିବ। ସୂଚନାଯୋଗ୍ୟ, ୩ୟ ଟି-୨୦ ଆରମ୍ଭ ପୂର୍ବରୁ ୱେଷ୍ଟଇଣ୍ଡିଜର ୩ ଜଣ ଖେଳାଳି ଓ ୨ ଜଣ ସହଯୋଗୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ୱିକେଟକିପର ଶାଈ ହୋପ୍‌, ବାମହାତୀ ସ୍ପିନର ଅକୀଲ ହୁସେନ ଓ ଜଷ୍ଟିନ ଗ୍ରୀଭ୍ସ ପାକିସ୍ତାନ କ୍ରିକେର୍ଟ ବୋର୍ଡ ଦ୍ବାରା କରାଯାଇଥିବା ପରୀକ୍ଷାରେ ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେହିଭଳି ସହାୟକ କୋଚ ରଡି ଏଷ୍ଟଭିକ ଏବଂ ଟିମ୍‌ ଡାକ୍ତର ଅକ୍ଷୟ ମାନସିଂହ ମଧ୍ୟ ପଜିଟିଭ ଚିହ୍ନଟ ହୋଇଥିଲେ।  

Leave A Reply

Your email address will not be published.