ପିତାଙ୍କ ସ୍ମାର୍ଟଫୋନ୍‌ ଧରିଥିଲା ୫ ବର୍ଷୀୟ ଶିଶୁପୁତ୍ର

ନୂଆଦିଲ୍ଲୀ, ଡିସେମ୍ବର ୧୭ : ଛୋଟ ପିଲାଙ୍କୁ ସ୍ମାର୍ଟଫୋନ୍‌ ଦେଲେ, ସେମାନେ ଅନେକ କଥା ଜାଣିପାରିବେ ବୋଲି ପିତାମାତା ମନେ କରନ୍ତି। ହେଲେ ଏହା ବେଳେ ବେଳେ ବଡ଼ଧରଣର କ୍ଷତି ପହଞ୍ଚାଇଥାଏ। ୫ ବର୍ଷର ଶିଶୁପୁତ୍ରକୁ ମୋବାଇଲ ଫୋନ୍‌ ଧରାଇ ଦେଇ ଏଭଳି କ୍ଷତିର ସମ୍ମୁଖୀନ ହୋଇଛନ୍ତି ଅଷ୍ଟ୍ରେଲିଆର ବ୍ୟକ୍ତି। ସିଡନୀରେ ୫ ବର୍ଷୀୟ ଶିଶୁପୁତ୍ର ନିଜର ପିତାଙ୍କ ମୋବାଇଲ୍‌ ଫୋନ୍‌ ମାଧ୍ୟମରେ ଭାରତୀୟ ମୁଦ୍ରା ଅନୁସାରେ ୯୨ ହଜାର ଟଙ୍କାର ଶପିଂ କରିଛି। ଶିଶୁଟି ଟେଟରିସ ନାମରେ ଭିଡିଓ ଖେଳୁ ଥିଲା। ସେହି ସମୟରେ ସେ UberEats ନାମରେ ଆପ୍‌ସ ମାଧ୍ୟମରେ ଭୁଲବଶତଃ ମହଙ୍ଗା ଆଇସ୍କ୍ରିମ ଅର୍ଡର କରିଥିଲା। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଶିଶୁ ଗେମ ଖେଳିବା ସମୟରେ ଉବେରଇଟ୍ସ ଜରିଆରେ ମେସିନା ସୁଇଟ୍‌ସ ଟ୍ରିଟ ନାଁରେ ଥିବା ଦୋକାନରୁ ୯୨ ହଜର ଟଙ୍କାର ସାମାନ କିଣିଦେଇଥିଲା। ଏହି ଆପ୍‌ରେ ତା’ର ପିତା ନାମ ପଂଜୀକରଣ କରିଥିଲେ। ଦୋକାନର ମାଲିକ ଏହି ସବୁ ଘଟଣାକୁ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏଥି ସହିତ ସେ ରସିଦର ଫଟୋ ମଧ୍ୟ ସେୟାର କରିଛନ୍ତି। ଶିଶୁ ୭ଟି କେକ, ଡଲ୍‌ସେ ଲେଶେର ଜାର, କ୍ୟାଣ୍ଡେଲ, ମିଲ୍ଲର ୫ ବୋତଲ ଓ ଆଇସ୍କ୍ରିମ ଆଦି ଜିନିଷ ଅର୍ଡର କରିଥିଲା। ଶିଶୁ ଦ୍ବାରା କେବଳ ୬୬ ହଜାର ଟଙ୍କାର ଆଇସ୍କ୍ରିମ କିଣାଯାଇଥିଲା।  

Leave A Reply

Your email address will not be published.