ଦିନକରେ ୧.୨୬ ଲକ୍ଷ ନୂଆ କରୋନା ପଜିଟିଭ୍‌, ୮୮୬ ମୃତ

ୱାଶିଂଟନ୍‌, ଡିସେମ୍ବର ୧୭ : ଆମେରିକା ଓ ୟୁରୋପୀୟ ଦେଶଗୁଡ଼ିକ ପାଇଁ କରୋନା ଭାଇରସ ମହାମାରୀ ଅଧିକ ଚିନ୍ତା ବଢ଼ାଇଛି। ଆମେରିକାରେ ବିଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୨୬ ହଜାର ୩୬୦ ଜଣ ଲୋକ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୫୫ ହଜାର ୧୭ଜଣ କରୋନାରୁ ସୁସ୍ଥ ହୋଇଥିଲା ବେଳେ ୮୮୬ ଜଣଙ୍କର ମୃତ୍ୟୁ ହୋଇଛି।  ଆମେରିକାରେ ଏଯାଏଁ ୫ କୋଟି ୧୪ ଲକ୍ଷ ୧୮ ହଜାର ୬୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪ କୋଟି ୩ ଲକ୍ଷ ୯୮ ହଜାର ୫୭୮ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ୮ ଲକ୍ଷ ୨୪ ହଜାର ୨୯୩ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେ‌ଳେ ୧ କୋଟି ୧ ଲକ୍ଷ ୯୫ ହଜାର ୭୮୦ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଏଥିରୁ ୧୫ ହଜାର ୫୯୯ ଜଣଙ୍କର ଅବସ୍ଥା ଗୁରୁତର ରହିଛି।   ବ୍ରିଟେନ୍‌ରେ ବିଗତ ୨୪ ଘଣ୍ଟା ମଧ୍ୟରେ ୮୮ ହଜାର ୩୭୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪୦ ହଜାର ୪୩୪ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ୧୭୩ ଜଣଙ୍କର ମୃତ୍ୟୁ ହୋଇଛି। ଜର୍ମାନୀରେ ମଧ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ୫୩ ହଜାର ୫୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୫୮ ହଜାର ୨୮୫ ଜଣ ସୁସ୍ଥ ହୋଇଥିଲା ବେଳେ ୪୭୯ ଜଣଙ୍କର ମୃତ୍ୟୁ ହୋଇଛି। 

Leave A Reply

Your email address will not be published.