Covovax ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଲା WHO

ନୂଆଦିଲ୍ଲୀ, ଡିସେମ୍ବର ୧୮ : କରୋନା ଭାଇରସ୍‌ର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ବିଶ୍ବବାସୀଙ୍କର ଚିନ୍ତା ବଢ଼ାଇଥିବା ବେଳେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସେରମ ପ୍ରତିଷ୍ଠାନ ଦ୍ବାରା ଉତ୍ପାଦିତ ଟିକା Covovaxର ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ‌ ଦେଇଛନ୍ତି। ଅଦାର ପୁନାୱାଲା ଟୁଇଟ୍‌ କରି ଏହି ନିଷ୍ପତ୍ତି ସଂପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, କରୋନା ସମୟରେ ଆଉ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ସେ କହିଛନ୍ତି Covovax ଟିକା ଅଧିକ ପ୍ରଭାବଶାଳୀ ଓ ସୁରକ୍ଷିତ। ସୂଚନାଯୋଗ୍ୟ କୋଭୋଭ୍ୟାକ୍ସ ଟିକାକୁ ସେରମ Novavax କଂପାନୀ ସହିତ ମିଳିତ ଭାବେ ପ୍ରସ୍ତୁତ କରିଛି। ଏପର୍ଯ୍ୟନ୍ତ ଯେତିକି ପରୀକ୍ଷା କରାଯାଇଛି, ଏହି ଟିକା ପ୍ରଭାବଶାଳୀ ପ୍ରମାଣିତ ହୋଇଛି। ଏହି କାରଣରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ୯ମ ଟିକାକୁ ଜରୁରୀକାଳୀନ ଭାବେ ମଂଜୁରୀ ପ୍ରଦାନ କରିଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର କହିବା ଅନୁସାରେ କମ ରୋଜଗାରକାରୀ ଦେଶକୁ ଏହି ଟିକା ଲାଭ ପହଞ୍ଚାଇବ। କମ ସମୟରେ ଟିକାକରଣକୁ ତୀବ୍ର କରାଯାଇପାରିବ।

Leave A Reply

Your email address will not be published.