ସ୍ବାମୀଙ୍କୁ ଛାଡ଼ି ବିବାହିତା କନ୍ୟା ଫେରାର

ମଧ୍ୟପ୍ରଦେଶ , ଡିସେମ୍ବର ୧୮ : ମଧ୍ୟପ୍ରଦେଶର ସତନାରେ ଜଣେ ଝିଅର ବିବାହ ସରିଥିଲା। କନ୍ୟାପିତା ଘରୁ ବି‌ଦାୟ ନେବା ପରେ ସେ ରାସ୍ତାରେ ପ୍ରେମିକଙ୍କୁ ଭେଟିଲେ। ଏହା ପରେ ଝିଅ ଜଣକ ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହିତ ଫେରାର ହୋଇଯାଇଛନ୍ତି। ଏହା ପରେ ନିଖୋଜ ନେଇ ଥାନାରେ ଏତଲା ହେବା ପରେ ପ‌ୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଉତ୍ତର ପ୍ରଦେଶର ବାନ୍ଦା ଅଞ୍ଚଳର ଜଣେ ଯୁବକଙ୍କ ସହିତ କନ୍ୟାର ବିବାହ ହୋଇଥିଲା। ଡିସେମ୍ବର ୧୩ରେ ଏହି ବିବାହର ଆୟୋଜନ ହୋଇଥିଲା। ବିବାହ ପରେ କନ୍ୟାଙ୍କୁ ବିଦାୟ ଦିଆଯାଇଥିଲା। କନ୍ୟାକୁ ଯେତେବେଳେ ବର ନଇେ ନିଜ ଘରକୁ ଯାଉଥିଲା, ରାସ୍ତାରେ ଜଣେ ଯୁବକ ବାଇକରେ ପହଞ୍ଚି ଥିଲା। ସେ ସେଠାରେ କୁରାଢ଼ୀ ଦେଖାଇଥିଲା ଏବଂ କନ୍ୟକୁ କାର୍‌ରୁ ଓହ୍ଲାଇବାକୁ କହିଥିଲା। ଏହା ପରେ ବାଇକ୍‌ରେ ବସାଇ ଫେରାର ହୋଇଥିଲା। ଏହି ଘଟଣା ବିବାହ ସ୍ଥଳୀରୁ ମାତ୍ର ଅଧ କିଲୋମିଟର ଦୂରରେ ହୋଇଥିଲା। କନ୍ୟାପିତାଙ୍କ ତରଫରୁ ଥାନାରେ ଅପହରଣ ନେଇ ଏତଲା ଦିଆଯାଇଛି।  କିନ୍ତୁ ଝିଅ ନାବାଳିକା ହୋଇଥିବାରୁ ସିଭିଲ ଲାଇନ ପୋଲିସ ନିଖୋଜ ମାମଲା ରୁଜୁ କରିଛି। ଡିସେମ୍ବର ୧୫ରେ କନ୍ୟା ନିଜର ପ୍ରେମିକଙ୍କ ସହିତ ଏସ୍‌ଡିଜେଏମ୍‌ କୋର୍ଟରେ ପହଞ୍ଚିଥିଲା। ସେ ସେଠାରେ କହିଥିଲା ଯେ, ମୁଁ ନାବାଳିକା ଏବଂ ନିଜ ଇଚ୍ଛାରେ ପ୍ରେମିକଙ୍କ ସହିତ ଆସିଛି।

Leave A Reply

Your email address will not be published.