ମୋବାଇଲ ବ୍ୟାଟେରି ଫାଟି ୨ ଭାଇ ଗୁରୁତର

ନୀଳଗିରି, ଡିସେମ୍ବର ୧୮ : ବାଲେଶ୍ୱର ଜିଲ୍ଲା ନୀଳଗିରି ଧୋବଶିଳା ଗାଣରେ ଅଭାବନୀୟ ଘଟଣା । ମୋବାଇଲ ବ୍ୟାଟେରୀ ଫାଟି ୨ ନାବାଳକ ଭାଇ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ, ଧୋବଶିଳା ଗାଁରେ ୨ ନାବାଳକ ଭାଇ ମୋବାଇଲ ଧରି ଖେଳୁଥିଲେ ।  ତେବେ ଏକ ଧାନବଣ୍ଟାରୁ ବାହାରିଥିବା ବ୍ୟାଟେରିକୁ ତାର ଦେଇ ବିଦ୍ୟୁତରେ ସଂଯୋଗ କରୁଥିଲେ । ଫଳରେ ବ୍ୟାଟେରୀଟି ଫାଟି ଯାଇଥିଲା । ଉଭୟ ଭାଇଙ୍କ ମୁହଁ ଓ ଶରୀରରେ ଗଭୀର ଆଘାତ ଲାଗିଥିଲା । ପରେ ଦୁଇ ଭାଇଙ୍କୁ ଚିକିତ୍ସା ପାଇଁ ନୀଳଗିରି ହସ୍ପିଟାଲ ଆଣାଯାଇଥିଲା ।  ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ବଡ ଭାଇର ଅବସ୍ଥା ସଂକଟାପନ୍ନ ହେବାରୁ ତାକୁ କଟକ ବଡ ମଡେିକାଲକୁ ସ୍ଥାନାନ୍ତରିତ କରାଯାଇଥିବାର ସୂଚନା ମିଳିଛି ।

Leave A Reply

Your email address will not be published.