ଦିଲ୍ଳୀରେ ଆଜିଠୁ ସ୍କୁଲ, କରୋନା-ପ୍ରଦୂଷଣ ନେଇ ଗାଇଡଲାଇନ୍‌ ଜରୁରୀ

ନୂଆଦିଲ୍ଲୀ, ଡିସେମ୍ବର ୧୮ : ଦିଲ୍ଲୀରେ ପ୍ରଦୂଷଣ ସାମାନ୍ୟ ହ୍ରାସ ପାଇବା ପରେ ଡିସେମ୍ବର ୧୮ (ଶନିବାର) ଠାରୁ ୬ଷ୍ଠରୁ ଦ୍ବାଦଶ ଶ୍ରେଣୀ ଯାଏଁ ସ୍କୁଲ ଖୋଲିଛି। ଏଥି ପାଇଁ ସରକାର ଅନୁମତି ପ୍ରଦାନ କରିଛନ୍ତି। ଏହା ବ୍ୟତୀତ ଡିସେମ୍ବର ୨୭ରୁ କନିଷ୍ଠ ଶ୍ରେଣୀଙ୍କ ପାଇଁ ପାଠ ପଢ଼ା ଆରମ୍ଭ ହୋଇଯିବ। ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବଢ଼ିବା ପରେ ସ୍କୁଲ ଗୁଡ଼ିକ ବନ୍ଦ ରଖାଯାଇଥିଲା।  ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦ୍ବାରା ଦିଆଯାଇଥିବା ସୂଚନା ଅନୁସାରେ ଦିଲ୍ଲୀରେ ଶୀତକାଳୀନ ଅବକାଶ ପରେ ସ୍କୁଲ ଗୁଡ଼ିକ ପୁଣି ଥରେ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ପ୍ରଦୂଷଣ ପ୍ୟାନେଲ ସ୍କୁଲ ଗୁଡ଼ିକ ଖୋଲିବା ନେଇ ବିଚାର କରିଥିଲା। ନିଷ୍ପତ୍ତି ହୋଇଥିଲା ଯେ, ଏବେ ଅଫ୍‌ଲାଇନ୍‌ କ୍ଲାସ ହୋଇପାରିବ। ଦିଲ୍ଲୀ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ପ୍ରଦୂଷଣ ଓ କରୋନା ଗାଇଡଲାଇନ୍‌ ପାଳନ କରିବାକୁ ପଡ଼ିବ।   

Leave A Reply

Your email address will not be published.