ଚିତ୍ତ ରଞ୍ଜନ ମୃତ୍ୟୁ ମାମଲା: ଶେଷ ହେଲା ୩ ସନ୍ଦିଗ୍ଧଙ୍କ ଲାଏ ଡିଟେକ୍ସନ୍ ଟେଷ୍ଟ

ପୁରୀ, ଡିସେମ୍ବର ୨୦ : ପୁରୀ ଚିତ୍ତ ରଞ୍ଜନ ପଲାଇ ମୃତ୍ୟୁ ମାମଲା ରହସ୍ୟ ଉପରୁ ଉଠିବାକୁ ଯାଉଛି ପରଦା । ଘଟଣାରେ ଆଜି ୩ ସନ୍ଦିଗ୍ଧଙ୍କ ଲାଏ ଡିଟେକ୍ସନ୍ ଟେଷ୍ଟ କରାଇଛି ରାଜ୍ୟ କ୍ରାଇମବ୍ରାଞ୍ଚ । ଆଜି ରାଜ୍ୟ ଫରେନ୍ସିକ୍ ଲ୍ୟାବରେ ଜଣେ ମହିଳାଙ୍କ ସମେତ ୩ଜଣଙ୍କ ଲାଏ ଡିଟେକ୍ସନ୍ ଟେଷ୍ଟ ଶେଷ ହୋଇଥିବା ସୂଚନା ମିଳିଛି ।ଅନ୍ୟପଟେ ଆଜି ଚିତ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଥିବା ବେଳେ ଏଥିରେ ପାଣିରେ ବୁଡି ଚିତ୍ତଙ୍କ ମୃତ୍ୟୁ ହୋଇଥିବା ଦର୍ଶାଯାଇଛି ମାତ୍ର ଏହାରେ ଉପରେ ମଧ୍ୟ ସନ୍ଦେହ ଘନୀଭୂତ ହେବାରୁ ଚିତ୍ତଙ୍କ ଭିଶେରା ଟେଷ୍ଟ ପାଇଁ ଫରେନ୍ସିକ୍ ଲ୍ୟାବ୍ ପଠାଯାଇଛି । ତେବେ ଲାଏ ଡିଟେକ୍ସନ୍ ଟେଷ୍ଟ ରିପୋର୍ଟ ଓ ଭିଶେରା ରିପୋର୍ଟ ପୁରା ଘଟଣା ଉପରୁ ପରଦା ଉଠାଇବ ବୋଲି ଆଶା କରାଯାଉଛି । ଘଟଣାକୁ ପୁରା ସପ୍ତାହେ ବିତି ଯାଇଥିଲେ ବି ଏପର୍ଯ୍ୟନ୍ତ କୌଣସି ନିଷ୍ପର୍ଷରେ ପହଞ୍ଚିପାରୁନି କ୍ରାଇମବ୍ରାଞ୍ଚ ଟିମ୍ ।

Leave A Reply

Your email address will not be published.