ଦିଲ୍ଲୀ: ସାମାନ୍ୟ ସୁଧୁରିଲା ବାୟୁର ମାନ

ନୂଆଦିଲ୍ଲୀ, ଡିସେମ୍ବର ୨୦ : ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ଅସହ୍ୟ ହୋଇପଡୁଛି ବାୟୁ ପ୍ରଦୂଷଣ । ଯାହାକୁ ନେଇ ରାଜଧାନୀ ଦିଲ୍ଲୀରେ ଲକ୍‌ଡାଉନ୍ ଭଳି ସ୍ଥିତି ମଧ୍ୟ ଫେରିଛି । ମାତ୍ର ଗତ ୩ ସପ୍ତାହର ବାୟୁର ମାନ ମଧ୍ୟରେ ବର୍ତ୍ତମାନ ଦିଲ୍ଲୀରେ ବାୟୁର ମାନରେ ସାମନ୍ୟ ସୁଧାର ଆସିଛି । ଯାହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଲାଗୁ କରାଯାଇଥିବା କଟକଣାକୁ କୋହଳ କରାଯାଇଛି । ଗତ ସପ୍ତାହରେ କ୍ରମାଗତ ଭାବରେ ବାୟୁର ମାନରେ ସୁଧାର ଆସିଥିବା ପାଣିପାଗ ବିଭାଗ ପକ୍ଷରୁ ଦର୍ଶାଯାଇଛି । ତେବେ ବର୍ତ୍ତମାନ ବାହାର ଟ୍ରକ୍ ଓ ଅନ୍ୟ ଭାରି ଯାନ ଗୁଡିକୁ ରାଜଧାନୀ ଭିତରକୁ ପଶିବାକୁ ଅନୁମତି ମିଳିଛି । ଅନ୍ୟପଟେ ଷଷ୍ଠ ଶ୍ରେଣୀ ଠାରୁ ଉପର ଶ୍ରେଣୀ ଗୁଡିକ ପାଇଁ ସ୍କୁଲ ଓ କଲେଜ ମଧ୍ୟ ଖୋଲିବାକୁ ଅନୁମତି ମିଳିଛି । ଏହାଛଡା ନିର୍ମାଣ କାର୍ଯ୍ୟକୁ ମଧ୍ୟ ଅନୁମତି ମିଳିଛି ମାତ୍ର ଅତି ପ୍ରଦୂଷଣ ଭିତ୍ତିକ କାର୍ଯ୍ୟ ଗୁଡିକ ଉପରେ ଏବେବି ପ୍ରତିବନ୍ଧକ ଜାରି ରହିଛି । ଆଜି ଏନେଇ ଏକ ସ୍ୱତନ୍ତ୍ର ବୈଠକ ବସିଥିବା ବେଳେ ବୈଠକରେ କଟକଣାକୁ କୋହଳ କରିବାକୁ ନିଷ୍ପତି ନେଇଛନ୍ତି ଦିଲ୍ଲୀ ସରକାର ।

Leave A Reply

Your email address will not be published.