କୋଭାକ୍ସିନ୍ ବୁଷ୍ଟର ଡୋଜ୍ ପାଇଁ ଅନୁମତି ମାଗିଲା ଭାରତ ବାୟୋଟେକ୍

ନୂଆଦିଲ୍ଲୀ, ଡିସେମ୍ବର୨୦ : କୋଭାକ୍ସିନ୍ ବୁଷ୍ଟର ଡୋଜ୍ ପାଇଁ ଅନୁମତି ଆବେଦନ କରାଯାଇଛି । ବୁଷ୍ଟର ଡୋଜ ପାଇଁ ଭାରତ ବାୟୋଟେକ୍ ଅନୁମତି ମାଗିଛି । ଫେଜ୍‌-୩ ଟ୍ରାଏଲ ପାଇଁ ଭାରତ ବାୟୋଟେକ୍ ଅନୁମତି ମାଗିଛି । ଦେଶରେ ଓମିକ୍ରନକୁ ନେଇ ଚିନ୍ତା ବଢିବାରେ ଲାଗିଛି । ପ୍ରତିଦିନ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ଦେଢଶହ ଟପିସାରିଲାଣି ।  ତେବେ ଏହାରି ଭିତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ କେନ୍ଦ୍ର ସରକାରଙ୍କୁ ବୁଷ୍ଟର ଡ଼ୋଜ୍ ପାଇଁ ସାହାର‌୍ୟ୍ୟ ମାଗିଛନ୍ତି । ସେ କହିଛନ୍ତି ଯେ ଯେଉଁମାନେ କରୋନାର ପ୍ରଥମ ଓ ଦ୍ୱିତୀୟ ଡ଼ୋଜ୍ ଟିକା ନେଇ ସାରିଛନ୍ତି ବର୍ତ୍ତମାନ ସେମାନଙ୍କୁ ବୁଷ୍ଟର ଡ଼ୋଜ୍ ଦିଆଯିବା ଉଚିତ୍ ।  କରୋନାର ପ୍ରଥମ ଡ଼ୋଜ୍ ଟିକା ୯୦ ପ୍ରତିଶତ ଲୋକ ନେଇଥିବା ବେଳେ ଦ୍ୱିତୀୟ ଡ଼ୋଜ୍ ଟିକା ୭୦ ପ୍ରତିଶତ ଲୋକ ନେଇଛନ୍ତି । କେଜରିୱାଲ ଏହା ମଧ୍ୟ କହିଛନ୍ତି ଯେ ଗତକାଲି ଦିଲ୍ଲୀରେ ୧୦୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.