ଆଫଗାନିସ୍ତାନ ନେଇ OICର ବୈଠକ ଫେଲ୍‌

ଇସଲାମାବାଦ, ଡିସେମ୍ବର ୨୨: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ରବିବାର ଅର୍ଗାନାଇଜେଶନ ଅଫ କଣ୍ଟ୍ରିଜ୍‌ (OIC)ର ବିଦେଶ ମନ୍ତ୍ରୀ ମାନଙ୍କର ବୈଠକ ଅନୁଷ୍ଠିତ ହୋଇଛି। ଏହି ସଂଗଠନରେ ମୋଟ ୫୭ଟି ମୁସଲିମବହୁଳ ରାଷ୍ଟ୍ର ସଦସ୍ୟ ଅଛନ୍ତି। କିନ୍ତୁ ବୈଠକରେ ଅଂଶଗ୍ରହଣ କରିବାକୁ କେବଳ ୧୬ଟି ଦଶେ ପହଞ୍ଚିଥିଲେ। ବାକି ଦେଶ ନିଜର ରାଜଦୂତ ଅଥବା ଅଧିକାରୀଙ୍କୁ ପଠାଇଥିଲେ। ଆଶ୍ଚର୍ଯ୍ୟର କଥା ଯେ, ଆଫଗାନିସ୍ତାନର ପଡୋଶୀ ୫ କେନ୍ଦ୍ରୀୟ ଏସୀୟ ଦେଶର ବିଦେଶ ମନ୍ତ୍ରୀ ଓଆଇସି ସମ୍ମିଳନୀ ଯିବା ବଦଳରେ ଦିଲ୍ଲୀରେ ଆଫଗାନିସ୍ତାନ ବୈଠକ କରିବାକୁ ପହଞ୍ଚି ଥିଲେ। ସୋମବାର ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ବୈଠକ ବିଫଳ ହେବାକୁ ନେଇ ଏବେ ପାକିସ୍ତାନ ଗଣମାଧ୍ୟମ ଆଗରେ ଭାରତକୁ ଦୋଷ ଲଦୁଛି। ସୂଚନାଯୋଗ୍ୟ, ପାକିସ୍ତାନ ଡିସେମ୍ବର ୧୯ରେ ‘ଓଆଇସି’ର ବୈଠକ ରଖିଥିଲା। ଆଫଗାନିସ୍ତାନରେ ତାଲିବାନୀ ଶାସନକୁ ମାନ୍ୟତା ଏବଂ ସହଯୋଗ ଦେବା ବୈଠକର ଲକ୍ଷ୍ୟ ଥିଲା। ଅନ୍ୟପଟରେ ସେହି ଦିନ ଦିଲ୍ଲୀରେ ଇଣ୍ଡିଆ-ସେଣ୍ଟ୍ରାଲ ଏସିଆ ସମ୍ମିଳନୀ ରଖାଯାଇଥିଲା। ଏହି ବୈଠକରେ ପାକିସ୍ତାନର ୫ ପଡୋଶୀ ରାଷ୍ଟ୍ରର ବିଦେଶ ମନ୍ତ୍ରୀମାନେ ଅଂଶଗ୍ରହଣ କରିଥିଲେ। ବିଦେଶ ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଥିଲେ ଯେ, ଆଫଗାନିସ୍ତାନକୁ ସମେସ୍ତ ସହଯୋଗ କରିବା ଦରକାର। 

Leave A Reply

Your email address will not be published.