ଭାରତର ‘ନିର୍ଭୟ’ ଠାରୁ ଦୁର୍ବଳ ମିସାଇଲ ‘ବାବର’ର ସଫଳ ପରୀକ୍ଷଣ କଲା ପାକିସ୍ତାନ

ଇସଲାମାବାଦ୍‌, ଡିସେମ୍ବର ୨୨ : ପାକିସ୍ତାନ ନିଜର ମିସାଇଲ୍‌ ‘ବାବର’ର ନୂଆ ସଂସ୍କରଣକୁ ସଫଳତାର ସହିତ ପରୀକ୍ଷଣ କରିଛି। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ମିସାଇଲ ପ୍ରଥମ ଥର ପାଇଁ ଫେବୃଆରୀ ପରେ କରାଯାଇଥିଲା। ଏହି ମିସାଇଲ ୯୦୦ କିଲୋମିଟର ଲକ୍ଷ୍ୟଭେଦ କରିପାରିବ। ଏହା ପୂର୍ବରୁ ଏହାର ରେଞ୍ଜ ୪୫୦ କିଲୋମିଟର ଥିଲା। କିନ୍ତୁ ଏହା ଭାରତର ଯେକୌଣସି ମିସାଇଲ ତୁଳନାରେ ଦୁର୍ବଳ। ପାକିସ୍ତାନ ଗତ ଫେବୃଆରୀରେ ଏହି ମିସାଇଲର ପୁରୁଣା ସଂସ୍କରଣ ପରୀକ୍ଷା କରିଥିଲା, ଯାହାର କ୍ଷମତା ୪୫୦ କିମି ଥିଲା। ପାକିସ୍ତାନ ସେନା ଦାବି କରିଥିଲା ଯେ, ‘ବାବର’ ମିସାଇଲ ଭୂପୃଷ୍ଟ ଓ ସମୁଦ୍ରରୁ ସଠିକ୍‌ ଲକ୍ଷ୍ୟଭେଦ କରିପାରିବ। ପରୀକ୍ଷଣ ସମୟରେ ପାକିସ୍ତାନ ସେନାର ଅନେକ ଉଚ୍ଚାଧିକାରୀ ଉପସ୍ଥିତ ଥିଲେ। ବାବର ମିସାଇଲର ଓଜନ ୧୫୦୦ କିଲୋ। ଏହାର ୬.୨ ମିଟର ଲମ୍ବ ହୋଇଥିବା ବେଳେ ବ୍ୟାସ ୦.୫୨ ମିଟର। ଏଥିରେ ୪୫୦-୫୦୦ କିଲୋର ପାରମ୍ପରିକ ପରମାଣୁ ଅସ୍ତ୍ର ପଠାଯାଇପାରିବ। ଭାରତର ନିର୍ଭୟ ମିସାଇଲ ୬ମିଟର ଓ ଚୌଡ଼ା ୦.୫୨ମିଟର। ଏହାର ପଙ୍ଖା ମୋଟ ୨.୭ ମିଟର। ଏହି ମିସାଇଲରେ ଟେକ୍‌ନିକ୍‌ ବ୍ୟବହାର କରାଯାଇଛି। ଶତ୍ରୁର ଟାର୍ଗେଟକୁ ଶେଷ କରିବା ପୂର୍ବରୁ ଏହାର ଫଟୋ ଓ ଭିଡିଓ ରେକର୍ଡିଂ କରି ଭିଡିଓ କଣ୍ଟ୍ରୋଲ ରୁମ୍‌କୁ ପଠାଇପାରିବ। ନିର୍ଭୟ ମିସାଇଲ ୧୫୦୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ଭୂପୃଷ୍ଟରୁ ଅତିବେଶୀରେ ୪କିଲୋମିଟର ଉପରକୁ ଉଡି ଟାର୍ଗେଟ ପୂରା କରିପାରିବ। 

Leave A Reply

Your email address will not be published.