ଆମେରିକାରେ କରୋନା ବିସ୍ଫୋରଣ

ୱାଶିଂଟନ୍‌, ଡିସେମ୍ବର ୨୨ : ଆମେରିକାରେ ପୁଣି ଥରେ କରୋନା ବିସ୍ଫୋରଣ ଦେଖିବାକୁ ମିଳିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୧ ଲକ୍ଷ ୭୩ ହଜାର ୪୮୨ ଜଣ ଲୋକ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବଦଳରେ ୬୩ ହଜାର ୪୩୨ଜଣ କରୋନାରୁ ସୁସ୍ଥ ହୋଇଥିଲା ବେଳେ ୧୬୫୮୫ ଜଣଙ୍କର ମୃତ୍ୟୁ ହୋଇଛି। ବ୍ରିଟେନ୍‌ରେ ୯୧ ହଜାର ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ଆମେରିକାରେ ଏଯାଏଁ ୫ କୋଟି ୨୨ ଲକ୍ଷ ୪୩ ହଜାର ୪୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪ କୋଟି ୭ ଲକ୍ଷ ୮୬ ହଜାର ୭୯୩ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ୮ ଲକ୍ଷ ୩୦ ହଜାର ୮୩୧ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେ‌ଳେ ୧ କୋଟି ୬ ଲକ୍ଷ ୨୫ ହଜାର ୪୧୮ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଏଥିରୁ ୧୬ ହଜାର ୧୩୦ ଜଣଙ୍କର ଅବସ୍ଥା ଗୁରୁତର ରହିଛି।  ବ୍ରିଟେନ୍‌ରେ ବିଗତ ୨୪ ଘଣ୍ଟା ମଧ୍ୟରେ ୯୦ ହଜାର ୬୨୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪୬ ହଜାର ୫୫୭ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ୧୭୨ ଜଣଙ୍କର ମୃତ୍ୟୁ ହୋଇଛି। ଏବେ ୧୫ ଲକ୍ଷ ୨୧ ହଜାର ୬୧୨ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ଏଥିରୁ ୮୫୯ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି।  

Leave A Reply

Your email address will not be published.