ଦେଶରେ ଏଯାଏଁ ୧୪ ରାଜ୍ୟରେ ୨୨୦ ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ, ଡିସେମ୍ବର ୨୨ : ଭାରତରେ କରୋନା ଭାଇରସ୍‌ ମହାମାରୀର ନୂଆ ଭାରିଆଣ୍ଟ ‘ଓମିକ୍ରନ୍‌’ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଜମ୍ମୁ କଶ୍ମୀର ଠାରୁ ତାମିଲନାଡୁ ଯାଏଁ ନୂଆ ସଂକ୍ରମଣ ବ୍ୟାପିଛି। ଏହାରି ମଧ୍ୟରେ ଦେଶର ୧୪ଟି ରାଜ୍ୟରେ ନୂଆ ଭାରିଆଣ୍ଡ ଚିହ୍ନଟ ହୋଇସାରିଛି। ମଙ୍ଗଳବାର ଜମ୍ମୁରେ ୩ ଜଣ ଓମିକ୍ରନ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି।  କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଚିଠି ଲେଖିଛନ୍ତି। ଏଥିରେ ସଂକ୍ରମଣକୁ ନିୟନ୍ତ୍ରିତ କରିବା ପାଇଁ ରାତ୍ରିକାଳୀନ କର୍ଫ୍ୟୁକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜ୍ୟ ଗୁଡ଼ିକୁ ବୈଜ୍ଞାନିକ ରିପୋର୍ଟ ଆଧାରରେ କହିଛନ୍ତି ଯେ, ଓମିକ୍ରନ୍‌ କରୋନାର ଡେଲ୍ଟା ଭାରିଆଣ୍ଟ ଠାରୁ ୩ ଗୁଣ ଅଧିକ ବିପଦ। ତେଣୁ ସ୍ଥାନୀୟ ଅଞ୍ଚଳର ପରିସ୍ଥିତି ଦେଖି କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି। ଟେଷ୍ଟିଂ, ରାତ୍ରିକାଳୀନ କର୍ଫ୍ୟୁ, ବଡ଼ସଭା, ବିବାହ ଓ ଅନ୍ତିମ ସଂସ୍କାରରେ ଲୋକଙ୍କର ସଂଖ୍ୟା ହ୍ରାସ କରିବାକୁ ମଧ୍ୟ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି।  ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ୬୫ ଜଣ ଓମିକ୍ରନ ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। ଦିଲ୍ଲୀରେ ୫୪, ତେଲେଙ୍ଗାନାରେ ୨୪, କର୍ଣ୍ଣାଟକରେ ୧୯, ରାଜସ୍ଥାନରେ ୧୮, କେରଳରେ ୧୫, ଗୁଜରାଟରେ ୧୪, ଜମ୍ମୁରେ ୩, ଓଡ଼ିଶା, ଉତ୍ତରପ୍ରଦେଶରେ ୨-୨, ଆନ୍ଧ୍ରପ‌୍ରଦେଶ, ଚଣ୍ଡୀଗଡ଼, ତାମିଲନାଡୁ ଓ ପଶ୍ଚିମବଙ୍ଗରେ ଜଣେ ଲେଖାଏଁ ଓମିକ୍ରନ୍‌ ଯୋଗୁଁ ପଜିଟିଭ ଜଣାପଡ଼ିଛନ୍ତି। 

Leave A Reply

Your email address will not be published.