କରୋନା: ଦିନକରେ ଆମେରିକାରେ ୨.୨୧ ଲକ୍ଷ ପଜିଟିଭ୍‌

ୱାଶିଂଟନ୍‌, ଡିସେମ୍ବର ୨୩ : ବର୍ଷ ଶେଷ ହେବାର ଗୋଟିଏ ସପ୍ତାହ ପୂର୍ବରୁ କରୋନା ଭାଇରସ ମହାମାରୀ ଆମେରିକା ଓ ବ୍ରିଟେନ୍‌ରେ ତାଣ୍ଡବ ରଚିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୨ ଲକ୍ଷ ୨୧ ହଜାର ୯୯ ଜଣ ଲୋକ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୯୯ ହଜାର ୭୪୪ ଜଣ କରୋନାରୁ ସୁସ୍ଥ ହୋଇଥିଲା ବେଳେ ୧୪୪୪ ଜଣଙ୍କର ମୃତ୍ୟୁ ହୋଇଛି। ବ୍ରିଟେନ୍‌ରେ ଗୋଟିଏ ଦିନରେ ୧ ଲକ୍ଷ ୬ ହଜାର ୧୨୨ ହଜାର ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ଆମେରିକାରେ ଏଯାଏଁ ୫ କୋଟି ୨୪ ଲକ୍ଷ ୯୬ ହଜାର ୨୩୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪ କୋଟି ୯୦ ଲକ୍ଷ ୯୭୬ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ୮ ଲକ୍ଷ ୩୨ ହଜାର ୮୩୫ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେ‌ଳେ ୧ କୋଟି ୭ ଲକ୍ଷ ୬୨ ହଜାର ୪୨୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଏଥିରୁ ୧୬ ହଜାର ୨୦୪ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ବ୍ରିଟେନ୍‌ରେ ବିଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୬ ହଜାର ୧୨୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪୯ ହଜାର ୩୮୨ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ୧୪୦ ଜଣଙ୍କର ମୃତ୍ୟୁ ହୋଇଛି।   

Leave A Reply

Your email address will not be published.