ଅଖିଳେଶ ଯାଦବଙ୍କ କରୋନା ରିପୋର୍ଟ ନେଗେଟିଭ୍‌

ଲକ୍ଷ୍ନୌ, ଡିସେମ୍ବର ୨୩ : ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ସୂଚନାଯୋଗ୍ୟ, ଅଖିଳେଶ ଯାଦବଙ୍କ ପତ୍ନୀ ଓ ଝିଅ କରୋନା ସଂକ୍ରମିତ ଅଛନ୍ତି। ଏନେଇ ଡିମ୍ପଲ ଯାଦବ ଟୁଇଟ୍‌ କରି ସୂଚନା ଦେଇଥିଲେ। ସେ କୋଭିଡର ଉଭୟ ଡୋଜ୍‌ ମଧ୍ୟ ନେଇଥିଲେ। ସଂକ୍ରମଣ ନେଇ ଅଖିଳେଶଙ୍କ ଉପରେ ମଧ୍ୟ ସଂଦେହ କରାଯାଉଥିଲା। ଅଖିଳେଶ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅବଗତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଅଖିଳେଶ ଯାଦବଙ୍କ ପତ୍ନୀ ଓ ତାଙ୍କର ଝିଅଙ୍କୁ କରୋନା ପଜିଟିଭ ହୋଇଥିବା ଜାଣିବା ପରେ ଏସଂପର୍କରେ ଅଧିକ ଅବଗତ ହେବା ପାଇଁ ଫୋନ୍‌ କରିଥିଲେ। ଉଭୟ ମା’-ଝିଅ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି କାମନା କରିଥିଲେ। 

Leave A Reply

Your email address will not be published.