ଓମିକ୍ରନ୍ ମାମଲା, ଆଜି ସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ଡିସେମ୍ବର୨୩ : ଦେଶରେ  ଓମିକ୍ରନ ସଂକ୍ରମଣ ମାମଲା ବୃଦ୍ଧି ହେବାରେ ଲାଗିଛି । ଦେଶର ୧୫ ରାଜ୍ୟକୁ ଓମିକ୍ରନ ଛୁଇଁଥିବା ବେଳେ ଏପର୍ଯ୍ୟନ୍ତ ୨୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଗକୁ ସ୍ଥିତି ଆହୁରୀ ଗମ୍ଭୀର ହେବାର ଆଶଙ୍କା ରହିଛି । ଯାହାକୁ ନେଇ କେନ୍ଦ୍ର ସରକାର ଆକ୍ସନକୁ ଆସିଛନ୍ତି ।  ଭାରତରେ ୨୦୨୨ ଫେବ୍ରୁଆରୀରେ ଓମିକ୍ରନ ଲହର ଶୀର୍ଷ ଛୁଇଁବା ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆକଳନ କରିଛନ୍ତି । ଏଭଳି ସ୍ଥିତିରେ ଆଜି ଓମିକ୍ରନ୍‌ର ସ୍ଥିତିକୁ ନେଇ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବରିଷ୍ଠ ଅଧିକାରୀମାନଙ୍କ ସହ ଓମିକ୍ରନ ସ୍ଥିତି ନେଇ ଆଲୋଚନା କରିବେ । ଏହାପୂର୍ବରୁ ରାଜ୍ୟ ଗୁଡିକ ସତର୍କ କରିଛନ୍ତି କେନ୍ଦ୍ର ସରକାର । ଯେଉଁଠାରେ ୧୦ ପ୍ରତିଶତରୁ ଅଧିକ ସଂକ୍ରମଣ ହାର ରହିଛି । ସେଠାରେ କଣ୍ଟେନମେଣ୍ଟ ଜୋନ ଓ ନାଇଟ୍ କର୍ଫ୍ୟୁ ଭଳି କଟକଣା ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଆଗୁଆ ପଦକ୍ଷେପ ନିଆନଯାଏ ତେବେ ସଂକ୍ରମଣ ରୋକିବା ଆମ ପାଖରେ ଅସମ୍ଭବ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି । 

Leave A Reply

Your email address will not be published.