ଚଳିତ ମାସ ୩ ସପ୍ତାହରେ ରାଜଧାନୀରେ ୧୧୮% ସକ୍ରିୟ କରୋନା ଆକ୍ରାନ୍ତ, କେବଳ ଦକ୍ଷିଣ ଦିଲ୍ଳୀରେ ୮୩ କଣ୍ଟେନମେଣ୍ଟ ଜୋନ୍‌

ନୂଆଦିଲ୍ଲୀ, ଡିସେମ୍ବର ୨୩ : କରୋନା ଭାଇରସ ମହାମାରୀ ଧୀରେ ଧୀରେ କାୟା ବିସ୍ତାର କରୁଛୁ। ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ ମଧ୍ୟ ଓମିକ୍ରନ୍‌ ସହିତ କରୋନା ବ୍ୟାପି ଚାଲିଛି। ଦିଲ୍ଲୀ ସରକାରଙ୍କ ଅନୁସାରେ ଡିସେମ୍ବର ମାସର ୩ଟି ସପ୍ତାହ ମଧ୍ୟରେ ୧୧୮ ପ୍ରତିଶତ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ସେହିଭଳି ଦିଲ୍ଲୀରେ କଣ୍ଟେନମେଣ୍ଟ ଜୋନ୍‌ ସଂଖ୍ୟା ମଧ୍ୟ ବଢ଼ିଛି। ଦିଲ୍ଲୀରେ ଡିସେମ୍ବର ୨୨ ପର୍ଯ୍ୟନ୍ତ ୧୮୪ଟି କଣ୍ଟେନ୍‌ମେଣ୍ଟ ଜୋନ୍‌ ହୋଇସାରିଛି, ଯେଉଁଥିରେ କି କେବଳ ଦକ୍ଷିଣ ଦିଲ୍ଲୀରେ ରହିଛି ୮୩। ଏଥିରୁ ୪୫ ପ୍ରତିଶତ କଣ୍ଟେନମେଣ୍ଟ ଜୋନ କେବଳ ଦକ୍ଷିଣ ଦିଲ୍ଲୀରେ ରହିଛି। ଦକ୍ଷିଣ ଦିଲ୍ଲୀରେ ଅନେକ ଗୁଡ଼ିଏ ଫାର୍ମ ହାଉସ ମଧ୍ୟ ସିଲ କରାଯାଇଛି।  ଦିଲ୍ଲୀରେ ହୋମ ଆଇସୋଲେସରେ ରହୁଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏହାରି କାରଣରୁ କଣ୍ଟେନମେଣ୍ଟ ଜୋନ ସଂଖ୍ୟା ବଢ଼ାଯାଉଛି। ଗତ ସପ୍ତାହରେ କଣ୍ଟେନମେଣ୍ଟ ଜୋନ ସଂଖ୍ୟା ୮୦ପ୍ରତିଶତ ଥିଲା, ଡିସେମ୍ବର ୨୨ ବେଳକୁ ଏହି ସଂଖ୍ୟା ୧୮୪ରେ ପହଞ୍ଚିଛି। ଡିସେମ୍ବର ୧ରେ ଏହା ୧୦୨ ଥିଲା। ଆଇସୋଲେଶନରେ ଥିବା ରୋଗୀଙ୍କ ସଂଖ୍ୟା ୧୧୨ ପ୍ରତିଶତ ବଢ଼ିଛି। ଡିସେମ୍ବର ୧ ତାରିଖରେ ଆଇସୋଲେଶନରେ ୧୩୬ ଜଣ ରୋଗୀ ଥିବା ବେଳେ ଏବେ ଏହା ୨୮୯ରେ ପହଞ୍ଚିଛି। 

Leave A Reply

Your email address will not be published.