୨୦୨୦ରେ ଜାତୀୟ ରାଜପଥରେ ୧.୧୬ ଲକ୍ଷରୁ ଊର୍ଦ୍ଧ୍ବ ଦୁର୍ଘଟଣା, ୪୮ ହଜାର ମୃତ୍ୟୁ

ନୂଆଦିଲ୍ଲୀ, ଡିସେମ୍ବର ୨୩ : ସରକାର ବୁଧବାର ସଂସଦରେ କହିଛନ୍ତି ଯେ, ଗତବର୍ଷ ଅର୍ଥାତ ୨୦୨୦ରେ ଏକ୍ସପ୍ରେସ୍‌ ୱେ ସହିତ ଜାତୀୟ ରାଜପଥ ଗୁଡ଼ିକରେ ମୋଟ ୧ ଲକ୍ଷ ୧୬ ହଜାର ୪୯୬ଟି ଦୁର୍ଘଟଣା ଘଟିଛି, ଯେଉଁଥିରେ କି ୪୭ ହଜାର ୯୮୪ ଜଣଙ୍କର ମୃତ୍ୟୁ ହୋଇଛି। ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଲିଖତ ଜବାବରେ ରାଜ୍ୟସଭାରେ ଏହି ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ୨୦୧୯ରେ ଏକ୍ସପ୍ରେସ୍‌ ୱେ ସମେତ ଜାତୀୟ ରାଜପଥରେ ମୋଟ ୧ ଲକ୍ଷ ଲ୩୭ ହଜାର ୧୯୧ଟି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୫୩ ହଜାର ୮୭୨ ଜଣ ପ୍ରାଣ ହରାଇଥିଲେ।  କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଉନ୍ନତ ଯାତାୟତ ପରିଚାଳନା ପ୍ରଣାଳୀ ବୁଝାମଣାର ଅଭିନ୍ନ ଅଙ୍ଗ। ନିକଟରେ ଏହି ପ୍ରଣାଳୀରେ ସଂଶୋଧନ ଅଣାଯାଇଛି। ଏହା ଦ୍ବାରା ଲୋକଙ୍କର ଜୀବନ ସୁରକ୍ଷିତ ରହିବ ଏବଂ ଦୁର୍ଘଟଣା ମଧ୍ୟ ହ୍ରାସ ପାଇବ। ଜାତୀୟ ରାଜପଥରେ ସ୍ମାର୍ଟ କ୍ୟାମେରା, ଜରୁରୀକାଳୀନ ଟେଲିଫୋନ ବକ୍ସ, ସିସିଟିଭି କ୍ୟାମେରା ଆଦି ଉନ୍ନତ ପ୍ରଣାଳୀକୁ ବ୍ୟବହାର କରାଯାଇପାରିବ। ସଡ଼କ ପରିବହନ ମନ୍ତ୍ରାଳୟ ଲୋକଙ୍କର ଜୀବନ ସୁରକ୍ଷା ପାଇଁ ଆହୁରି ଅନେକ କାମ ହାତକୁ ନେଇଛି। ଅନେକ ଗୁଡ଼ିକ ବିକାଶମୂଳକ କାମ ହାତକୁ ନିଆଯାଇଛି।  

Leave A Reply

Your email address will not be published.