ଓମିକ୍ରନ୍‌ରୁ ବର୍ତ୍ତିବା ପାଇଁ ଜର୍ମାନୀରେ ‘ଟିକା’ ୪ର୍ଥ ଡୋଜ ନେବେ ଜନତା

ବର୍ଲିନ, ଡିସେମ୍ବର ୨୪ : ଓମିକ୍ରନ୍‌କୁ ଦୃଷ୍ଟିରେ ରଖି ଇସ୍ରାଏଲ ପରେ ଜର୍ମାନୀରେ ୪ର୍ଥ କୋଭିଡ ବୁଷ୍ଟର ଡୋଜ୍‌ ଦିଆଯିବାକୁ ଘୋଷଣା ହୋଇଛି। ଏହାରି ମଧ୍ୟରେ ବ୍ରିଟେନ୍‌ ୪ର୍ଥ ଡୋଜ ନେଇ ଚିନ୍ତା କରୁଛି। କାରଣ କରୋନା ସଂକ୍ରମଣ ଏଠାରେ ପୁଣି ଥରେ ବଢ଼ିବାରେ ଲାଗିଛି। ଜର୍ମାନୀର ସ୍ବାସ୍ଥ୍ୟ ମନ୍ତ୍ରୀ କାର୍ଲ ଲାଟରବ୍ୟାଙ୍କ ବୁଧବାର କହିଛନ୍ତି ଯେ, କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ରୁ ବର୍ତ୍ତିବା ପାଇଁ ଟିକାର ୪ର୍ଥ ଡୋଜ୍‌ର ଆବଶ୍ୟକତା ରହିଛି।  ଡେଲି ରିପୋର୍ଟ ଅନୁସାରେ ଜର୍ମାନୀ ଓମିକ୍ରନ୍‌କୁ ଦୃଷ୍ଟିରେ ରଖି ଉତ୍ପାଦନ କରାଯାଉଥିବା ବିଶେଷ ଟିକା କିଣିବା ପାଇଁ ନିର୍ମାତା କଂପାନୀକୁ ଲକ୍ଷାଧିକ ଡୋଜ ଆଦେଶ ଦେଇଛି। ମାତ୍ର ଡେଲିଭରି ଏପ୍ରିଲ ଅଥବା ମେ’ ମାସ ପୂର୍ବରୁ ହେବାର ଆଶା କରାଯାଉଛି। ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ମର୍ଡନାର କୋଭିଡ ଟିକାର ବ୍ୟବହାର ବୁଷ୍ଟର ଅଭିଯାନରେ ସାମିଲ ହୋଇଛି। ଜର୍ମାନୀ ନୂଆ ନୋଭାଭ୍ୟାକ୍ସ ଜେବର ୪୦ ଲକ୍ଷ ଡୋଜ ଓ ୱଲନେଭା ସର୍ଟର ୧.୧ କୋଟି ଡୋଜ ଅର୍ଡର ଦେଇଛି। 

Leave A Reply

Your email address will not be published.