ବଦଳୁଛି ତାରିଖ ବଦଳୁଛି ଦିନ ମିଶୁନିି ଦୁଇ ମନ

ଗଞ୍ଜାମ,ଡିସେମ୍ବର 24 : ଧିରେ ଧିରେ ହିଂସାତ୍ମକ ରୂପ ନେବାରେ ଲାଗିଛି ତପସ୍ୱିନୀ ଓ ଡ଼ାକ୍ତର ସୁମିତ ବିବାଦ ମାମଲା । ନିଜ ନିଜ ଜିଦ୍ ରେ ଅଟଳ ଦୁଇ ପରିବାର । ତେବେ ଏହାରି ଭିତରେ ଗତକାଲି  ଆଉ ଘଟଣା ସାମ୍ନାକୁ ଆସିଛି ତାହା ହେଲା ସୁମିତ୍ ପୁଣି ୧୫ ଦିନ ଛୁଟି ମାଗିଛନ୍ତି । ଗତକାଲି ତାଙ୍କର ପୁର୍ବ ଘୋଷିତ ଛୁଟି ସରିଯାଇଥିବା ବେଳେ କାର୍ଯ୍ୟରେ ଯୋଗ ଦେବାର ଥିଲା କିନ୍ତୁ ସୁମିତ କାର୍ଯ୍ୟରେ ଯୋଗ ନଦେଇ ପୁଣି ୧୫ ଦିନ ଛୁଟି ପାଇଁ ଆବେଦନ କରିଛନ୍ତି ନେଇ ତାଙ୍କ ଓକିଲ ସୁରେନ୍ଦ୍ର ବେହେରାଙ୍କ ସୂଚନା ଦେଇଛନ୍ତି । ପୁର୍ବରୁ ମଧ୍ୟ ଗଞ୍ଜାମ ସିଡ଼ିଏମଓ କାର୍ଯ୍ୟରେ ଯୋଗ ନଦେବା କାରଣରୁ ତାଙ୍କ ଦରମା ବନ୍ଦ କରିଦେଇଥିଲେ । ସୁଚନା ଅନୁସାରେ ଗତ ୨୦ ତାରିଖରେ କିଛି ମହିଳା ତପସ୍ୱିନୀଙ୍କୁ ନ୍ୟାୟ ଦାବିରେ ଶ୍ୱଶୁର ଘର ମେନ ଗେଟ୍ ଭାଙ୍ଗି ଭିତରକୁ ପସିଥିଲେ । ଏହାପରେ ଉକ୍ତ ଅଞ୍ଚଳରେ ପୋଲିସ ସୁରକ୍ଷାକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କରିଥିଲା । ସୁମିତଙ୍କ ବାପା ପୋଲିସରେ ଏନେଇ ଅଭିଯୋଗ କରିବା ସହ ତାଙ୍କ ଜେଜେ ମାଆ ସୁରକ୍ଷା ନେଇ ଜିଲ୍ଲାପାଳ ଓ ଏସପିଙ୍କୁ ଗୁହାରି କରିଥିଲେ । 

Leave A Reply

Your email address will not be published.