ଡିସେମ୍ବର ୩୧ ପୂର୍ବରୁ ଶେଷ କରିନିଅନ୍ତୁ ଏହି କାମ, ମିଳିବ ଲାଭ

ନୂଆଦିଲ୍ଲୀ, ଡିସେମ୍ବର ୨୪ : ବର୍ଷ ୨୦୨୧ର ଶେଷ ମାସ ଅର୍ଥାତ ଡିସେମ୍ବର ସରିବାକୁ ଆସୁଛି। ଏହି ମାସ ଶେଷ ସୁଦ୍ଧା ଆପଣଙ୍କୁ ଅନେକ କାମ ଶେଷ କରିବାକୁ ପଡ଼ିବ। ଯଦି ଆପଣ ନିର୍ଦ୍ଧାରିତ ପୂର୍ବରୁ ଏହି କାମ ଗୁଡ଼ିକ ଶେଷ ନ କରନ୍ତି, ତା’ହେଲେ ବଡ଼ କ୍ଷତି ହୋଇପାରେ। ଯଦି ଆପଣ ଏପର୍ଯ୍ୟନ୍ତ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ କରିନାହାନ୍ତି, ତା’ହେଲେ ଡିସେମ୍ବର ୩୧ ପର୍ଯ୍ୟନ୍ତ କରିନିଅନ୍ତୁ। ଇପିଏଫଓ ମଧ୍ୟ ପିଏଫ ଖାତାଧାରକଙ୍କ ନମିନି ଜୋଡିବା ପାଇଁ ଏହି ମାସର ଶେଷ ତାରିଖ ସମୟ ଦେଇଛି। ବ୍ୟାଙ୍କ ଅଫ୍‌ ବରୋଦା ପାର୍ବଣ ଋତୁରେ ହୋମ ଲୋନରେ ସୁଧ ହ୍ରାସ କରି ୬.୫୦ ପ୍ରତିଶତ କରିଥିଲା। ଅର୍ଥାତ ଆପଣ ଶସ୍ତା ସୁଧ ଦରରେ ଗୃହ ଋଣ କରିପାରିବେ। ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଗ୍ରାହକଙ୍କୁ ଏହି ସୁବିଧା ମିଳିପାରିବ। 

Leave A Reply

Your email address will not be published.