ଜଗତସିଂହପୁରରେ ଭକ୍ତଙ୍କ ପାଇଁ ୫ଦିନ ବନ୍ଦ ରହିବ ଧର୍ମାନୁଷ୍ଠାନ, ସେବାୟତ ମାନଙ୍କୁ ନେଇ ହେବ ପୂଜାର୍ଚ୍ଚନା

ଜଗତସିଂହପୁର ,ଡିସେମ୍ବର 24 : ଆଗକୁ ଆସୁଛି ନୁଆବର୍ଷ …..ଚଳଚଞ୍ଚଳ ହୋଇ ଉଠିବ ଧାର୍ମିକ କ୍ଷେତ୍ର ହେଲେ ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଧର୍ମାନୁଷ୍ଠାନଗୁଡ଼ିକରେ ସାଧାରଣ ଦର୍ଶନ ବନ୍ଦ କରାଯାଇଛି । ହେଲେ ଏହି ସମସ୍ତ ଧର୍ମାନୁଷ୍ଠାନରେ ସେବାୟତ ମାନଙ୍କୁ ନେଇ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଜାରି ରହିବ ବୋଲି କୁହାଯାଇଛି । ଜିଲ୍ଲାପାଳ ପାରୁଲ ପଟୱାରୀ ଏନେଇ ନିର୍ଦ୍ଦେଶ ଦେଇଛନ୍ତି । ଖ୍ରୀଷ୍ଟମାସ ଅବସରରେ ଡ଼ିସେମ୍ବର ୨୫ ଓ ୨୬ ତାରିଖରେ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିବ । ସେହିପରି ଡ଼ିସେମ୍ବର ୩୧ତାରିଖରେ ମଧ୍ୟ ସମସ୍ତ ଧର୍ମାନୁଷ୍ଠାନରେ ଏହି କଟକଣା ଲାଗିବ । ରାଜ୍ୟରେ ବର୍ତ୍ତମାନ କରୋନା ପରେ ଏବେ ନୁଆ ଭ୍ୟାରିଆଣ୍ଟ ଓମିକ୍ରନ୍ କୁ ଚିନ୍ତା ଅଧିକ ବଢିବାରେ ଲାଗିଛି । ତେବେ ଏହାରି ଭିତରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଏହି ନୁଆ ଭ୍ୟାରିଆଣ୍ଟ ଦ୍ୱାରା ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଏହାକୁ ଦୃଷ୍ଟିରେ ରଖ ବିଭିନ୍ନ ସ୍ଥାନରେ କଟକଣା କଡ଼ାକଡ଼ି ରଖାଯାଇଛି । 

Leave A Reply

Your email address will not be published.