ପରିବାର ଲୋକଙ୍କ ବିନା ସହମତିରେ ବିବାହ ମହଙ୍ଗା ପଡ଼ିଲା, ଯୁବକଙ୍କ ପ୍ରାଇଭେଟ୍‌ ପାର୍ଟ କାଟି‌ଦେଲେ!

ନୂଆଦିଲ୍ଲୀ, ଡିସେମ୍ବର ୨୪ : ଦିଲ୍ଲୀର ରାଜୌରୀ ଗାର୍ଡେନ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ପରିବାର ଲୋକଙ୍କ ବିନା ସହମତିରେ ବିବାହ କରିଥିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଯୁବକ ଜଣକ ପ୍ରେମିକାର ପରିବାର ଲୋକଙ୍କ ଦ୍ବାରା ଆକ୍ରମଣର ଶିକାର ହୋଇଛନ୍ତି। ଉତ୍ତ୍ୟକ୍ତ ପରିବାର ଲୋକେ ଯୁବକଙ୍କ ପ୍ରାଇଭେଟ ପାର୍ଟ କାଟି ଦେଇଥିବା ଅଭିଯୋଗ ହୋଇଛି।  ପୋଲିସ କହିବା ଅନୁସାରେ ପୀଡିତ ୨୨ ବର୍ଷୀୟ ଯୁବକ ପରିବାର ସହିତ ରଘୁବୀର ନଗରରେ ରହୁଥିଲା। ସାଗରପୁରର ୨୨ ବର୍ଷୀୟ ଯୁବତୀଙ୍କ ସହିତ ପାଖାପାଖି ୨ ବର୍ଷ ହେବ ପ୍ରେମ ସଂପର୍କ ଥିଲା। ଉଭୟ ବିବାହ କରିବା ପାଇଁ ନିଜ ନିଜ ପରିବାର ଲୋକଙ୍କୁ ବୁଝାଇଥିଲେ। କିନ୍ତୁ ଏଥିରେ ସେମାନେ ବିଫଳ ହେବା ପରେ ବାଧ୍ୟ ହୋଇ ଘରୁ ପଳାୟନ କରିଥିଲେ। ସେମାନେ ଗତ ଡିସେମ୍ବର ୨୧ ତାରିଖରେ ଜୟପୁର ଯାଇ ସେଠାରେ ଏକ ମନ୍ଦିରରେ ବିବାହ କରିଥିଲେ। ଡିସେମ୍ବର ୨୨ରେ ଦିଲ୍ଲୀ ଫେରି ରାଜୌରୀ ଗାର୍ଡେନ ଅଞ୍ଚଳରେ ରହଥିଲେ।  ଏବାବଦରେ ଯୁବତୀଙ୍କ ଜାଣିବା ପରେ ପରିବାର ଲୋକେ ରାଜୌରୀ ଗାର୍ଡେନ ପହଞ୍ଚି ଉଭୟଙ୍କୁ ଘରକୁ ନେଇ ଆସିଥିଲେ। ଅଭିଯୋଗ ହୋଇଛି ଯେ, ଯୁବକଙ୍କୁ ପରିବାର ଲୋକେ ନିସ୍ତୁକ ମାଡ଼ ମାରିଥିଲେ ଏବଂ ଅପହରଣ କରି ଅନ୍ୟ ଏକ ସ୍ଥାନରେ ଧାରୁଆ ଅସ୍ତ୍ର ଦ୍ବାରା ପ୍ରାଇଭେଟ ପାର୍ଟ କାଟିଥିଲେ। ଏହା ପରେ ସାଗରପୁର ଜଙ୍ଗଲରେ ଫିଙ୍ଗି ଦେଇ ଫେରାର ହୋଇଥିଲେ। ସାଗରପୁର ଥାନା ପୋଲିସକୁ ରାସ୍ତାରେ ଯାତାୟତ କରୁଥିବା ଲୋକଙ୍କ ଠାରୁ ଗୁରୁତର ଯୁବକଙ୍କ ସଂପର୍କରେ ସୂଚନା ମିଳିଥିଲା। ପୋଲିସ ଗୁରୁତର ଯୁବକଙ୍କୁ ଉଦ୍ଧାର କରି ସଫଦରଗଂଜ ହସ୍ପିଟାଲରେ ଭର୍ତ୍ତି କରିଛି। ଘଟଣାର ଅଧିକ ତଦନ୍ତ କରୁଛି। 

Leave A Reply

Your email address will not be published.