ବଡ଼ଦିନ-ନୂଆବର୍ଷ ପାଇଁ ଆଲର୍ଟ ଜାରି, ଉତ୍ତରପ୍ରଦେଶ ସମେତ ଏହି ରାଜ୍ୟରେ ବଢ଼ିଲା କଟକଣା

ନୂଆଦିଲ୍ଲୀ, ଡିସେମ୍ବର ୨୪ : ଦେଶରେ କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ୍‌ର ୩୪୬ ଜଣ ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। କୋଭିଡର ୩ୟ ଲହରରୁ ବର୍ତ୍ତିବା ପାଇଁ କେନ୍ଦ୍ର ଓ ଅନେକ ରାଜ୍ୟ ସରକାର ପଦକ୍ଷେପ ନେବା ଆରମ୍ଭ କରିଦେଇଛନ୍ତି। କୋଭିଡ ତଥା ଓମିକ୍ରନ ନେଇ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଚ୍ଚ ସ୍ତରୀୟ ବୈଠକ ଡାକିଥିଲେ। ମହାରାଷ୍ଟ୍ର ସରକାର ଆଜି ନୂଆ କୋଭିଡ ଗାଇଡଲାଇନ ଜାରି କରିବାକୁ ଯାଉଛନ୍ତି।  ମଧ୍ୟପ୍ରଦେଶରେ ରାତ୍ରିକାଳୀନ କର୍ଫ୍ୟୁ ଘୋଷଣା ହୋଇସାରିଛି। ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ସରକାର ଏସଂକ୍ରାନ୍ତରେ ଅଧିକାରୀଙ୍କୁ ବୈଠକରେ କ୍ରିସମସ ଓ ନୂଆବର୍ଷରେ ହେବାକୁ ଥିବା ଭିଡ଼ ଉପରେ କଟକଣା ଲଗାଇବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ବୈଠକରେ କଣ୍ଟ୍ରାକ୍ଟ ଟ୍ରେସିଂ, ଟିକାକରଣକୁ ତୀବ୍ର କରିବା ପାଇଁ ପରାମର୍ଶ ଦେଇଛନ୍ତି। ଏଥି ସହିତ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ରାଜ୍ୟ ମାନଙ୍କୁ ଯଥା ସମ୍ଭବ ସହଯୋଗ କରିବା ପାଇଁ କହିଛନ୍ତି। ଆବଶ୍ୟକ ସ୍ଥଳରେ କେନ୍ଦ୍ରୀୟ ଟିମ୍‌ ବୁଲିବାକୁ ଯିବେ। 

Leave A Reply

Your email address will not be published.