ଓଡ଼ିଶାରେ ପ୍ରଥମ ଥର ପାଇଁ ଖେଳାଯିବ ଜାତୀୟ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ୍

ଭୁବନେଶ୍ୱର,ଡିସେମ୍ବର 24 : ଆଜିଠାରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ଖେଳାଯିବ ଜାତୀୟ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ । ଚାମ୍ପିଅନସିପ୍ ପାଇଁ ୫୦୦ରୁ ଅଧିକ ଖେଳାଳି ଭୁବନେଶ୍ବରରେ ପହଞ୍ଚି ସାରିଲେଣି । ଏହାସହ ଟୋକିଓ ପାରା ଅଲମ୍ପିକ୍ସରେ ଅଂଶଗ୍ରହଣ କରିଥିବା ସମସ୍ତ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ଓ ଟୋକିଓ ଅଲମ୍ପିକ୍ସର ସ୍ବର୍ଣ୍ଣ ପଦକ ବିଜେତା ତଥା ଓଡ଼ିଆ ପୁଅ ପ୍ରମୋଦ ଭଗତ ମଧ୍ୟ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ । ଭୁବନେଶ୍ବରରେ ଖେଳାଯିବାକୁ ଥିବା ଚତୁର୍ଥ ଜାତୀୟ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ ରେଳବାଇ ଇଣ୍ଡୋର ଷ୍ଟାଡିୟମ ଓ ଉଡାଣ ଏକାଡେମୀରେ ଖେଳାଯିବ । ଏହି ଚାମ୍ପିଅନସିପ୍ ଟ୍ରଫି ପାଇଁ ଉଭୟ ପୁରୁଷ ଓ ମହିଳା ବର୍ଗରେ ଦେଶର ବିଭିନ୍ନ ପ୍ରାନ୍ତରୁ ଖେଳାଳି ଭାଗ ନେବେ । 

Leave A Reply

Your email address will not be published.