ଆଜି ବସିବ ରାଜ୍ୟ କ୍ୟାବିନେଟର ବୈଠକ

ଭୁବନେଶ୍ୱର,ଡିସେମ୍ବର 24 : ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ସଂଧ୍ୟା ସାଢ଼େ ୫ଟାରେ ବୈଠକ ବସିବାକୁ ଥିବା ବେଳେ ଭିଡିଓ କନଫରେନ୍ସ ଜରିଆରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ୧୦ରୁ ୧୨ଟି ପ୍ରସ୍ତାବକୁ ମିଳିପାରେ ମଞ୍ଜୁରି । କ୍ୟାବିନେଟ୍ ବୈଠକରେ ଅନୁଦାନପ୍ରାପ୍ତ କଲେଜକୁ ସପ୍ତମ ବେତନ କମିଶନ ଦରମାଭୁକ୍ତ କରାଯିବାର ସମ୍ଭାବନା ରହିଛି । ଏହାସହ ଭେଟେରେନାରୀ କ୍ୟାଡର ପୁନର୍ଗଠନକୁ ମଧ୍ୟ ମଞ୍ଜୁରି ମିଳିପାରେ । ସେହିପରି ମହିଳା ସଶକ୍ତିକରଣ, ପୂର୍ତ୍ତ, ଶକ୍ତି, ନଗର ଉନ୍ନୟନ, ପଞ୍ଚାୟତରାଜ ବିଭାଗର କିଛି ପ୍ରସ୍ତାବ ଉପରେ ମୋହର ବାଜିପାରେ । 

Leave A Reply

Your email address will not be published.