୯ ଦିନ ପାଇଁ ସାରା ରାଜ୍ୟରେ କଟକଣା

ଭୁବନେଶ୍ୱର : କରୋନା ସଂକ୍ରମଣକୁ ରୋକିବା ପାଇଁ ବଡ଼ଦିନ ଓ ନୂଆବର୍ଷ ପୂର୍ବରୁ ରାଜ୍ୟ ସରକାର ଜାରି କଲେ କଟକଣା। ଆସନ୍ତାକାଲି (ଡିସେମ୍ବର ୨୫) ଠାରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି। ଆସନ୍ତାକାଲି ବଡ଼ଦିନ ପାଳନକୁ କେବଳ ଚର୍ଚ୍ଚ ଭିତରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସର୍ବାଧିକ ୫୦ ଜଣଙ୍କୁ ନେଇ ବଡ଼ ଦିନ ପାଳନ କରିବାକୁ କୁହାଯାଇଛି। ପୁଣି ଏଥିପାଇଁ ଜିଲ୍ଲା ପ୍ରଶାସନ ବା ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ବା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅନୁମତି ଆବଶ୍ୟକ। ସେହିଭଳି ଜିରୋ ନାଇଟ୍ ସେଲିବ୍ରେସନକୁ ବାରଣ କରାଯାଇଛି। ନୂଆ ବର୍ଷକୁ ସ୍ୱାଗତ କରିବାକୁ ହୋଟେଲ, କ୍ଲବ ଓ ରେଷ୍ଟୁରାଣ୍ଟରେ କୌଣସି ପ୍ରକାର କାର୍ଯ୍ୟକ୍ରମ କରାଯାଇପାରିବ ନାହିଁ। ସେହିଭଳି ସମସ୍ତ ପ୍ରକାର ମିଳିତ ଭୋଜି ଉପରେ କଟକଣା ଲାଗୁ କରାଯାଇଛି। କାଲିଠାରୁ ଜାନୁଆରୀ ୨ ତାରିଖ ମଧ୍ୟରେ ସମସ୍ତ ପ୍ରକାର ରାଲି, ନାଚ, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସମ୍ପୂର୍ଣ୍ଣ ମନା କରାଯାଇଛି। ବାହାଘର ବ୍ୟତୀତ ସମସ୍ତ ପ୍ରକାର ଉତ୍ସବ ଉପରେ ରୋକ୍ ଲଗାଯାଇଛି। କୋଭିଡ୍-୧୯ କଟକଣା ମଧ୍ୟରେ ଶେଷକୃତ୍ୟ ସଂପନ୍ନ କରିବାକୁ ଅନୁମତି ମିଳିଛି।

Leave A Reply

Your email address will not be published.