ବାପପୁଅଙ୍କୁ ମିଳିଲା ଆଜୀବନ କାରାଦଣ୍ଡାଦେଶ

ଧର୍ମଗଡ଼ : ବାପପୁଅଙ୍କୁ ମିଳିଲା ଆଜୀବନ କାରାଦଣ୍ଡାଦେଶ। ଏକ ହତ୍ୟାକାଣ୍ଡ ମାମଲାରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅତିରିକ୍ତ ଦୌରାଜଜ୍‌ଙ୍କ କୋର୍ଟ ଶୁଣାଇଛନ୍ତି ଏହି ଦଣ୍ଡାଦେଶ। ଆଜୀବନ କାରାଦଣ୍ଡାଦେଶ ପାଇଥିବା ଏହି ବାପପୁଅ ହେଲେ- ଜଗତ ଜୁଏଡ଼ ଓରଫ ଡମ ବୁଢ଼ା ଓ ପବିତ୍ର ଜୁଏଡ଼ ଓରଫ ମଣ୍ଟୁ। ୨୦୧୬ ମସିହାରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚିଚୈଗୁଡ଼ାରେ ଘଟିଥିବା ହତ୍ୟାକାଣ୍ଡରେ କୋର୍ଟ ଜଗତ ଓ ତାଙ୍କ ପୁଅ ପବିତ୍ରଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହିତ ୨୦ ହଜାର ଟଙ୍କା ଜୋରିମାନା ଦେବାକୁ କହିଛନ୍ତି।

Leave A Reply

Your email address will not be published.