ଓମିକ୍ରନ୍‌ ବଢ଼ାଉଛି ଚିନ୍ତା; ମଧ୍ୟପ୍ରଦେଶରୁ ଉତ୍ତରପ୍ରଦେଶ ଯାଏଁ କଟକଣା, ଏହି ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଜାରି

ନୂଆଦିଲ୍ଲୀ, ଡିସେମ୍ବର ୨୫ : କୋଭିଡ-୧୯ର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁଁ ସମଗ୍ର ବିଶ୍ବ ଚିନ୍ତିତ। ଭାରତରେ ମଧ୍ୟ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି। କେନ୍ଦ୍ର ସରକାରଙ୍କ ପରାମର୍ଶ କ୍ରମେ ରାଜ୍ୟ ଗୁଡ଼ିକରେ କଟକଣାକୁ ବଢ଼ାଇ ଦିଆଯାଇଛି। ମହାରାଷ୍ଟ୍ରରେ ବିଏମ୍‌ସି କ୍ରିସମସ ଓ ନୂଆବର୍ଷ ଉପରେ କଟକଣା ଲାଗୁ କରିଦେଇଛି। ସର୍ବସାଧାରଣ ସ୍ଥାନରେ ଲୋକେ ଭିଡ ନ ଲଗାଇବାକୁ ପରାମର୍ଶ ଦେଇଛି। ମଧ୍ୟପ୍ରଦେଶ ପରେ ହରିୟାଣା, ଗୁଜରାଟ, ଉତ୍ତର ପ୍ରଦେଶ, ଓଡ଼ିଶା, ପଣ୍ଡିଚେରୀ, ନୂଆଦିଲ୍ଲୀ ଓ ଅନ୍ୟ ରାଜ୍ୟଗୁଡ଼ିକରେ ରାତ୍ରିକାଳୀନ କର୍ଫ୍ୟୁକୁ ଶକ୍ତ କରିଦିଆଯାଇଛି। ଜାତୀୟ ରାଜଧାନୀ ନୂଆଦିଲ୍ଲୀର ସରୋଜିନୀ ମାକେର୍ଟରେ ଭିଡ଼କୁ ଦୃଷ୍ଟିରେ ରଖି ଅଡ-ଇଭେନ ନିୟମ ଲାଗୁ କରାଯାଇଛି।  ମହାରାଷ୍ଟ୍ର ସରକାରଙ୍କ ତରଫରୁ ନୂଆ ଗାଇଡଲାଇନ ଜାରି କରାଯାଇଛି। ଡିସେମ୍ବର ୨୫ରୁ ନୂଆବର୍ଷ ଯାଏଁ ସର୍ବସାଧାରଣ ସ୍ଥାନରେ ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ୫ରୁ ଅଧିକ ଲୋକ ଏକତ୍ର ନ ହେବାକୁ ପରାମର୍ଶ ଦିଆଯାଇଛି। ଏହା ବ୍ୟତୀତ ଜିମ, ସ୍ପା, ହୋଟେଲ, ଥିଏଟର ଏବଂ ସିନେମା ହଲ ପାଇଁ ୫୦ ପ୍ରତିଶତ କ୍ଷମତାରେ ପରିଚାଳନା କରିବାକୁ କୁହାଯାଇଛି, ଯାହାକି ଲାଗୁ ହୋଇଯାଇଛି।  ସେହିପରି  ସାମାଜିକ, ରାଜନୈତିକ, ଧାର୍ମିକ ଆୟୋଜନରେ ୧୦୦ ଜଣ ସଦସ୍ୟଙ୍କୁ ସାମିଲ ହେବା ପାଇଁ ଅନୁମତି ମିଳିପାରିବ। ଖୋଲା ସ୍ଥାନରେ ଏହି ସଂଖ୍ୟା ୨୫୦ ପର୍ଯ୍ୟନ୍ତ ରହିପାରିବ। ଅର୍ଥାତ ଖୋଲା ସ୍ଥାନରେ ୨୫ ପ୍ରତିଶତ ସ୍ଥାନରେ ଲୋକେ ଉପସ୍ଥିତ ରହିପାରିବେ। କ୍ରୀଡ଼ା ସମାରୋହରେ ମଧ୍ୟ କେବଳ ୨୫ ପ୍ରତିଶତ ଲୋକ ସାମିଲ ହୋଇପାରିବେ।  ଗୁଜରାଟର ୮ଟି ସହର ଅହମଦାବାଦ, ସୁରତ, ରାଜକୋଟ, ଭଦୋଦରା, ଜୁନାଗଡ଼, ଜାମନଗର, ଭାବାନଗର ଓ ଗାନ୍ଧୀନଗରରେ ଆଜିଠାରୁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହୋଇଛି। ହରିୟାଣା ଓ ଉତ୍ତର ପ୍ରଦେଶରେ ରାତି ୧୧ଟାରୁ ୫ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହୋଇଛି। 

Leave A Reply

Your email address will not be published.