ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୨୪ କରୋନା ପଜିଟିଭ୍‌

ଭୁବନେଶ୍ୱର, ଡିସେମ୍ବର୨୫: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟାରେ ୧୨୪ ଜଣ କରୋନା ପଜିଟିଭ ଟିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୩୭୬୯କୁ ବୃଦ୍ଧି ପାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭୫ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୪୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ୧୮ ବର୍ଷରୁ କମ୍ ବୟସର ୧୭ ଜଣ ରହିଛନ୍ତି ।  ଅନୁଗୁଳରୁ ୨, ବାଲେଶ୍ୱରରୁ ୩, ବରଗଡରୁ ୬, ଭଦ୍ରକରୁ ୩, ବଲାଙ୍ଗୀରରୁ ୧, କଟକରୁ ୮, ଦେଓଗଡରୁ ୨, ଗଜପତିରୁ ୩, ଜଗତସିଂହପୁରରୁ ୧, ଯାଜପୁରରୁ ୪, ଝାରସୁଗୁଡାରୁ ୫, କେନ୍ଦ୍ରାପଡାରୁ ୧, ଖୋର୍ଦ୍ଧାରୁ ୬୧, ମୟୂରଭଞ୍ଜରୁ ୨, ନୟାଗଡରୁ ୧, ନୂଆପଡାରୁ ୨, ପୁରୀରୁ ୨, ସମ୍ବଲପୁରରୁ ୨, ସୁନ୍ଦରଗଡରୁ ୨ ଓ ଷ୍ଟେଟ ପୁଲରୁ ୧୩ ଜଣ ରହିଛନ୍ତି ।  ସୂଚନା ଅନୁସାରେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୩୭୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୬୬୪ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୪୩୬୦୧ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।

Leave A Reply

Your email address will not be published.