ଲୁଧିଆନା ବିସ୍ଫୋରଣରେ ମୃତ ସନ୍ଦିଗ୍ଧଙ୍କ ମିଳିଲା ପରିଚୟ, ବୋମା ସଂଯୋଗ ବେଳେ ଘଟିଥିଲା ଦୁର୍ଘଟଣା

ଚଣ୍ଡୀଗଡ଼, ଡିସେମ୍ବର ୨୫ : ପଂଜାବର ଲୁଧିଆନା କୋର୍ଟରେ ହୋଇଥିବା ବିସ୍ଫୋରଣ ଘଟଣାରେ ମୃତ ସନ୍ଦିଗ୍ଧଙ୍କର ପରିଚୟ ମିଳିଛି। କୁହାଯାଉଛି ଯେ ବେମା ସଂଯୋଗ କରୁଥିବା ବେଳେ ଗଗନଦୀପଙ୍କର ମୃତ୍ୟୁ ହୋଇଥିଲା। ଗଗନଦୀପ ପଂଜାବ ପୋଲିସରୁ ବହିଷ୍କୃତ ମୁଖ୍ୟ କନଷ୍ଟେବଳ ଥିଲା। ସେ ପଂଜାବର ଖନ୍ନା ନିବାସୀ ଥିଲା ଏବଂ ୨ ବର୍ଷ ଜେଲରେ ରହି ମୁକୁଲି ଥିଲା।  ଲୁଧିଆନା କୋର୍ଟରେ ଗୁରୁବାର ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା।‌ ପ‌ୋଲିସ ଆରମ୍ଭରୁ ଜାଣିବାକୁ ପାଇଥିଲା ଯେ, ମୃତକ ଜଣକ ବୋମା ସଂଯୋଗ କରୁଥିବା ବେଳେ ବିସ୍ଫୋରଣ ଘଟିଥିଲା। କୋର୍ଟରେ ବୋମା ସଂଯୋଗ କରୁଥିବା ବେଳେ ତା’ର ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ସ୍ପଷ୍ଟ କରିବା ପାଇଁ ପୋଲିସର ନିଦ ହଜି ଯାଇଥିଲା।  

Leave A Reply

Your email address will not be published.