ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସେବା ଆମକୁ ପ୍ରେରଣା ଯୋଗାଇଛି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ, ଡିସେମ୍ବର ୨୫ : ସ୍ବର୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବାଣୀ, କର୍ତ୍ତବ୍ୟ, ସେବା ଆମକୁ ପ୍ରେରଣା ଯୋଗାଇଛି। ବାଜପେୟୀଙ୍କ ସେବାରୁ ଆମେ ପ୍ରେରଣାଲାଭ କରିଛେ। ଭାରତକୁ ଏକ ଶକ୍ତିଶାଳୀ ଓ ବିକଶିତ ରାଷ୍ଟ୍ର ଭାବେ ଗଢ଼ିବା ପାଇଁ ବାଜପେୟୀ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଟୁଇଟ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆଜି ବାଜେପେୟୀଙ୍କ ଜୟନ୍ତୀ ଅବସରରେ କୋଟି କୋଟି ପ୍ରଣାମ ଜଣାଉଛି। ସୂଚନାଯୋଗ୍ୟ, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ମଧ୍ୟପ୍ରଦେଶର ଗ୍ବାଲିୟରରେ ୧୯୨୪ ମସିହା ଡିସେମ୍ବର ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ୩ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ। ୧୯୯୬ରେ ପ୍ରଥମ ଥର ୧୩ ଦିନ, ୧୯୯୮ରୁ ୧୯୯୯ ମଧ୍ୟରେ ୧୩ ମାସ ଓ ପରେ ୧୯୯୯ରୁ ୨୦୦୪ ଯାଏଁ ପ୍ରଧାନମନ୍ତ୍ରୀ ହୋଇଥି‌ଲେ। 

Leave A Reply

Your email address will not be published.