ଶୋଫିଆର ଚୌଗାମ୍‌ରେ ସୁରକ୍ଷାବାହିନୀର ଏନ୍‌କାଉଣ୍ଟର

ଶ୍ରୀନଗର, ଡିସେମ୍ବର ୨୫ : ଜମ୍ମୁ କଶ୍ମୀରର ଶୋଫିଆ ନିକଟ ଚୌଗାମ ଅଞ୍ଚଳରେ ଏନ୍‌କାଉଣ୍ଟର ହୋଇଛି। ଏହି ଅଞ୍ଚଳରେ ଆତଙ୍କବାଦୀ ଗତିବିଧି ଥିବା ନେଇ ସୁରକ୍ଷା ବାହିନୀକୁ ସୂଚନା ମିଳଛି। ପୋଲିସ ସୂତ୍ରରୁ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ଚୌଗାମ୍‌ ଅଞ୍ଚଳରେ ଆତଙ୍କବାଦୀମାନେ ଥିବା ନେଇ ସୁରକ୍ଷା ବାହିନୀକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହା ପରେ ଆତଙ୍କବାଦୀମାନେ ଘଟଣାସ୍ଥଳକୁ ପହଞ୍ଚି ଥିଲେ। ତେବେ ରିପୋର୍ଟ ଲେଖାଯିବା ବେଳକୁ ଏନକାଉଣ୍ଟର ଜାରି ରହିଛି।  ଗତକାଲି ଅନନ୍ତନାଗସ୍ଥିତ ଅରୱାନୀ ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଭୋର ସକାଳୁ ଏହି ଏନ୍‌କାଉଣ୍ଟର ହୋଇଥିଲା। ଏହା ପୂର୍ବରୁ ବୁଧବାର ଜମ୍ମୁ କଶ୍ମୀରରେ ଏକ ଘଣ୍ଟା ମଧ୍ୟରେ ୨ଟି ଆତଙ୍କବାଦୀ ଆକ୍ରମଣ ଘଟଣା ଘଟିଥିଲା। ଶ୍ରୀନଗରର ଇଦଗାହ ଅଞ୍ଚଳରେ ଆତଙ୍କବାଦୀ ମାନେ ଜଣେ ବ୍ୟକ୍ତିଙ୍କୁ ଲକ୍ଷ୍ୟ କରି ଗୁଳି କରିଥିଲେ। ଏହି ଘଟଣାର ୧ ଘଣ୍ଟା ପରେ ଅନନ୍ତନାଗରେ ପୋଲିସ ଅଧିକାରୀଙ୍କ ଉପରେ ଗୁଳିମାଡ଼ ହୋଇଥିଲା। ଏହି ଗୁଳିମାଡ଼ରେ ଏଏସ୍‌ଆଇ ମହମ୍ମଦ ଅଶରଫ ସହିଦ ହୋଇଥିଲେ। ଇଦଗାହ ଅଞ୍ଚଳରେ ଆତଙ୍କବାଦୀଙ୍କୁ ଦ୍ବାରା ଗୁଳିମାଡ଼ର ଶିକାର ହୋଇଥିବା ରଊଫ ଅହମଦ ଖାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡ‌ାକ୍ତର ମୃତ ଘୋଷଣା କରିଥିଲେ।  

Leave A Reply

Your email address will not be published.