ୟେଲୋ ଜୋନ୍‌ରେ ରାଜଧାନୀ

ନୂଆଦିଲ୍ଲୀ, ଡିସେମ୍ବର୨୮ : ସାରା ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ରାଜଧାନୀ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଲାଣି । ଓମିକ୍ରନ ମାମଲା ବୃଦ୍ଧି ହେଉଥିବାକୁ ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ କରିବେ ।  ମଧ୍ୟାହ୍ନରେ ଦିଲ୍ଲୀ ସଚିବାଳୟରେ ଏହି ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଗ୍ରେଡ ରେସପନ୍ସ ଆକ୍ସନ ପ୍ଲାନର କାର୍ଯ୍ୟକାରିତା ବୈଠକର ମୂଳ ବିଷୟବସ୍ତୁ ହୋଇପାରେ । ଛଅ ମାସ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିଲ୍ଲୀରେ ସର୍ବାଧିକ ରହିଥିବା ବେଳେ ଗ୍ରେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ ଆଧୀନରେ ପ୍ରତିବନ୍ଧଖ ସହିତ ୟେଲୋ ଆଲର୍ଟ ଜାରି ହେବାର ସମ୍ଭାବନା ରହିଥିବା ଜଣାପଡିଛି ।  ରାଜଧାନୀ ଦିଲ୍ଲୀରେ କ୍ରମାଗତ ଦ୍ୱିତୀୟ ଦିନପାଇଁ କୋଭିଡ ପଜିଟିଭଟି ହାର ୦.୫ ପ୍ରତିଶତ ରହିଛି । ଜିଆରଏପି ଅନୁସାରେ ଏଭଳି ପରିସ୍ଥିତିରେ ୟେଲୋ ଆଲର୍ଟ ଲାଗୁ ହେବାର ସମ୍ଭାବନା ରହିଛି । ସେହିପରି ଦିଲ୍ଲୀରେ ସ୍କୁଲ କଲେଜ, ଜିମ୍ ସ୍ପା ପୁଣି ଥରେ ବନ୍ଦ ହୋଇପାରେ ଜଣାପଡିଛି । ଓମିକ୍ରନ ଏବଂ କରୋନା କେସ୍ ବଢିଥିବାରୁ ସରକାର ନିଷ୍ପତ୍ତି ନେଇପାରନ୍ତି । 

Leave A Reply

Your email address will not be published.