୧୫-୧୮ ଆୟୁ ବର୍ଗ ପାଇଁ ଜାନୁଆରୀ ୩ରୁ କରୋନା ଟୀକାକରଣ

ନୂଆଦିଲ୍ଲୀ, ଡିସେମ୍ବର ୨୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡ଼ଦିନ ଅବସରରେ ଘୋଷଣା କରିଛନ୍ତି ଯେ, ଆସନ୍ତା ବର୍ଷ ଜାନୁଆରୀ ୩ ତାରିଖ ଠାରୁ ୧୫ରୁ ୧୮ ବର୍ଷର ଆୟୁ ବର୍ଗଙ୍କ ପାଇଁ କରୋନା ଟୀକା ଦିଆଯିବ। କିଛି ଦିନ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଜାନୁଆରୀ ୧୦ ତାରିଖ ଠାରୁ ସ୍ବାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ‘ବୁଷ୍ଟର ଡୋଜ୍‌’ ଦିଆଯିବ। ଦେଶରେ ଓମିକ୍ରନ୍‌ ସଂକ୍ରମଣ ବଢ଼ିବା କାରଣରୁ ପ୍ରଧାନମନ୍ତ୍ରୀ ମୋଦୀ ଏହି ଘୋଷଣା କରିଛନ୍ତି।  ୧୫ରୁ ୧୮ ବର୍ଷ ବର୍ଗ ପାଇଁ CoWIN ସୁବିଧା ମାଧ୍ୟମରେ ୱାକ୍‌-ଇନ୍‌ ଏବଂ ଅନ୍‌ଲାଇନ୍‌ ପଂଜୀକରଣ ଉପଲବ୍ଧ ହେବ। CoWIN ପଂଜୀକରଣ ଜାନୁଆରୀ ୧ ତାରିଖ ଠାରୁ ହେବ ଏବଂ ସାଇଟ୍‌ରେ ପଂଜୀକରଣ ଜାନୁଆରୀ ୩ ତାରିଖ ଠାରୁ ଆରମ୍ଭ ହେବ। ପିଲାମାନଙ୍କୁ ଭାରତ ବାୟୋଟେକ୍‌ର କୋଭାସ୍କିନ ଟିକା ଦିଆଯିବ।  କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜ୍ୟ ମାନଙ୍କ ସହିତ ବୈଠକ କରିଛନ୍ତି। ବୈଠକ ପରେ ସେ ଘୋଷଣା କରିଛନ୍ତି ଯେ, ରାଜ୍ୟ ଗୁଡ଼ିକରେ ୧୫ରୁ ୧୮ ବର୍ଷ ଆୟୁ ବର୍ଗଙ୍କ ପାଇଁ ସ୍ବତନ୍ତ୍ର ଟୀକାକରଣ କେନ୍ଦ୍ର ପ୍ରତିଷ୍ଠା କରିବାକୁ ପରାମର୍ଶ ଦେଇଛନ୍ତି। ଅନ୍ୟ ସମସ୍ତ କେନ୍ଦ୍ରରେ ୧୫ରୁ ୧୮ ବର୍ଷ ଆୟୁ ବର୍ଗଙ୍କ ପାଇଁ ଭିନ୍ନ ଟୀକାକରଣ ଟିମ ଏବଂ ଅଲଗା କେନ୍ଦ୍ର କରିବାକୁ କେନ୍ଦ୍ରୀୟ ସଚିବ ପରାମର୍ଶ ଦେଇଛନ୍ତି। ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି ଯେ, ଟୀକାକରଣରେ ସାମିଲ ହେବାକୁ ଥିବା କର୍ମଚାରୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଉ। ଏଥି ସହିତ କେନ୍ଦ୍ରୀୟ ସଚିବ ରାଜ୍ୟ ଗୁଡ଼ିକରେ ଟିକାକରଣ କେମିତି ଚାଲିଛି, ସେନେଇ ମଧ୍ୟ ଅବଗତ ହୋଇଛନ୍ତି। 

Leave A Reply

Your email address will not be published.