ବିଦେଶରେ ବିସ୍ଫୋରକ ରୂପ ନେଲା କରୋନା

ନୂଆଦିଲ୍ଲୀ, ଡିସେମ୍ବର ୨୯ : ଦୁଇ ବର୍ଷ ପୂର୍ବରୁ ଚୀନର ଉହାନ୍‌ ସହରରୁ ବ୍ୟାପିଥିବା‌ କୋଭିଡ-୧୯ ଏବେ ସମଗ୍ର ବିଶ୍ବର ଚିନ୍ତା ବଢ଼ାଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ବିସ୍ଫୋରକ ରୂପ ନେଇଛି। କରୋନା ସଂକ୍ରମଣ ଯୋଗୁଁ ଆମେରିକା, ବ୍ରିଟେନ୍‌ ଓ ଭାରତ ସମେତ ସମଗ୍ର ବିଶ୍ବବାସୀ ଚିନ୍ତିତ ଅଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ବରେ ୧୧ ଲକ୍ଷ ୯୮ ହଜାର ୭୭୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୬ ହଜାର ୪୪୩ ଜଣଙ୍କର ମୃତ୍ୟୁ ହୋଇଛି।      ଆଜି ସକାଳ ୬ଟା ପର୍ଯ୍ୟନ୍ତ ବିଶ୍ବବ୍ୟାପୀ ୨୮ କୋଟି ୩୧ ଲକ୍ଷ ୪୯ ହଜାର ୩୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। ୫୪ ଲକ୍ଷ ୩୦ ହଜାର ୨୩୪ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏବେ ବିଶ୍ବରେ ୨୫ କୋଟି ୧୭ ଲକ୍ଷ ୫୩ ହଜାର ୭୧୧ ଜଣ  କରୋନାରୁ ସୁସ୍ଥ ହୋଇସାରିଥିବା ବେଳେ ୨ କୋଟି ୫୯ଲକ୍ଷ ୬୫ ହଜାର ୩୭୨ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଏଥିରୁ ୮୯ ହଜାର ୧୨ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି। 

Leave A Reply

Your email address will not be published.