ନନ୍ଦନକାନନର ୬୨ତମ ପ୍ରତିଷ୍ଠା ଦିବସ ଅବସରରେ ୬ ବାଘ ଛୁଆଙ୍କ ହେବ ନାମକରଣ

ଭୁବନେଶ୍ୱର,ଡିସେମ୍ବର 29 : ଆଜି ହେଉଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୨ ତମ ପ୍ରତିଷ୍ଠା ଦିବସ । ୨୯ ଡିସେମ୍ବର ୧୯୬୦ରେ ପ୍ରତିଷ୍ଠା ହୋଇଥିଲା ଏହି ପ୍ରାଣୀ ଉଦ୍ୟାନ । ୬୨ ବର୍ଷ ମଧ୍ୟରେ ନନ୍ଦନକାନନରେ ଅନେକ ପ୍ରକାର ଉନ୍ନତିମୂଳକ କାର୍ଯ୍ୟ ହୋଇଛି ଯାହାଫଳରେ ଏହାକୁ ଦେଖିବାକୁ ଦେଶ ବିଦେଶରୁ ପର୍ଯ୍ୟଟକମାନଙ୍କ ସୁଅ ଛୁଟେ ।  ତେବେ ଆଜି ଏହି ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଏବଂ ବନବାହିନୀ ମୁଖ୍ୟ ଶିଶିର କୁମାର ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ସେହିପରି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ମୁଖ୍ୟ ବନ୍ୟା ପ୍ରାଣୀ ତତ୍ତ୍ୱାବଧାରକ ଶଶୀ ପଲ ସମ୍ମାନିତ ଅତିଥି ଭାବେ ଯୋଗଦେବେ । ସବୁଠାରୁ ବଡ଼ କଥା ହେଉଛି ବାଘୁଣୀ ମେଘାର ୩ ଓ ବିଜୟାର ୩ଟି ଛୁଆର ନାମକରଣ କରାଯିବ। ଏଥିସହ ବଜ୍ରକାପ୍ତା ଦେହରେ ସାଟେଲାଇଟ୍ ଟ୍ରାନ୍ସମିଟର ଫିଟିଂ କରାଯାଇ ଜଙ୍ଗଲରେ ଛଡାଯିବ । ଆଗକୁ ନନ୍ଦନକାନନରେ ଜନ୍ତୁଙ୍କ ପ୍ରଜନନ କେନ୍ଦ୍ରକୁ ବ୍ୟାପକ କରାଯିବକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଜନ୍ତୁ ଅଦଳବଦଳ ପ୍ରକ୍ରିୟାକୁ ଜୋରଦାର କରାଯିବ । ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ଏପରି ପ୍ରକାର ବନ୍ଦୋବସ୍ତ କରାଯାଇଛି । 

Leave A Reply

Your email address will not be published.