କରୋନା: ଆମେରିକାରେ ରେକର୍ଡ ୩ ଲକ୍ଷ ପଜିଟିଭ୍‌

ୱାଶିଂଟନ୍‌, ଡିସେମ୍ବର ୨୯ : କରୋନା ଭାଇରସ୍‌ ମହାମାରୀ ଆମେରିକାରେ ପୁଣି ରେକର୍ଡ କରିଛି। ବ୍ରିଟେନ୍‌ରୁ ମଧ୍ୟ କରୋନା ସଂକଟ ଟଳିନାହିଁ। ବିଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୩ ଲକ୍ଷ ୩ ହଜାର ୯୩୭ଜଣ ଲୋକ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୭୯ ହଜାର ୧୨୫ଜଣ କରୋନାରୁ ସୁସ୍ଥ ହୋଇଥିଲା ବେଳେ ୧୭୬୯ ଜଣଙ୍କର ମୃତ୍ୟୁ ହୋଇଛି। ଆମେରିକାରେ କିଛି ଦିନ ପୂର୍ବରୁ ୨ ଲକ୍ଷରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଥିଲେ।  ଆମେରିକାରେ ଏଯାଏଁ ୫ କୋଟି ୪୧ ଲକ୍ଷ ୩୯ ହଜାର ୫୪୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪ କୋଟି ୧୨ ଲକ୍ଷ ୮୫ ହଜାର ୫୩୨ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ୮ ଲକ୍ଷ ୪୧ ହଜାର ୯୫୪ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେ‌ଳେ ୧ କୋଟି ୨୦ ଲକ୍ଷ ୧୨ ହଜାର ୫୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଏଥିରୁ ୧୭ ହଜାର ୧୮ ଜଣଙ୍କର ଅବସ୍ଥା ଗୁରୁତର ରହିଛି।   ବ୍ରିଟେନ୍‌ରେ ବିଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୨୯ ହଜାର ୪୭୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫୩ ହଜାର ୨୪୨ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ୯୩୫ ଜଣଙ୍କର ମୃତ୍ୟୁ ହୋଇଛି। ଫ୍ରାନ୍ସରେ ମଧ୍ୟ କରୋନାର ବିସ୍ଫୋରକ ରୂପ ଦେଖାଯାଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୧ ଲକ୍ଷ ୭୯ ହଜାର ୮୦୭ ଜଣ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ସ୍ପେନରେ ୯୯ ହଜାର ୬୭୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  

Leave A Reply

Your email address will not be published.