ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କଲା ବନ ବିଭାଗ

ବ୍ରହ୍ମପୁର ,ଡିସେମ୍ବର 29 : ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କଲା ବନ ବିଭାଗ । ଏପରି ଘଟଣା ଘଟିଛି ବ୍ରହ୍ମପୁର ବଡ ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀ ନୃସିଂହ ସାହି ବିନାୟକନଗରରୁ । ଗତକାଲି ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ଠାରୁ ଏକ ବଜ୍ରକାପ୍ତା ଉଦ୍ଧାର ହୋଇଛି । ସେହି ଗ୍ରାମରେ ରହୁଥିବା ଜଣେ ବ୍ୟକ୍ତି ଗତକାଲି ରାତିରେ ବଜ୍ରକାପ୍ତା ଧରି ରାସ୍ତା ପାର୍ ହେଉଥିବା ବେଳେ ଏହାକୁ ଦେଖିଥିଲେ ସ୍ଥାନୀୟ ଲୋକେ । ପରେ ଯୋଜନାବଦ୍ଧ ଭାବେ ଉକ୍ତ ବ୍ୟକ୍ତିକୁ କାବୁ କରିଥିଲେ । ପରେ ସ୍ଥାନୀୟ ଲୋକେ ବଜ୍ରକାପ୍ତାକୁ ଉଦ୍ଧାର କରି ବନ ବିଭାଗକୁ ଜଣାଇଥିଲେ । ଏହାପରେ ବ୍ରହ୍ମପୁର ଡ଼ିଏଫଓ ଙ୍କ ନିର୍ଦ୍ଦେଶ କ୍ରମେ ବନ ବିଭାଗ କର୍ମଚାରୀ ଆସି ବଜ୍ରକାପ୍ତାକୁ ଉଦ୍ଧାର କରିଥିବା ଜଣାପଡିଛି । ବନ ବିଭାଗ ତରଫରୁ ବଜ୍ରକାପ୍ତାର ଉପଯୁକ୍ତ ଚିକିତ୍ସା କରାଯିବା ପରେ ଆଗକୁ କେଉଁଠିକୁ ଛଡ଼ାଯିବ ତାହା ମଧ୍ୟ ଯୋଜନା କରାଯାଉଛି । କିନ୍ତୁ ବାରମ୍ବାର ଏପରି କାର୍ଯ୍ୟ ସାମ୍ନାକୁ ଆସୁଥିବା ବେଳେ ବନ ବିଭାଗ କଣ ପାଇଁ ସଜାଗ ହେଉ ନାହିଁ ସେଥିପ୍ରତି ସାଧାରଣରେ ପ୍ରଶ୍ନ ଉଠିଛି ।

Leave A Reply

Your email address will not be published.