ନୂଆବର୍ଷରୁ କମିବ ପାରଦ ବଢିବ ଶୀତ

ଭୁବନେଶ୍ୱର,ଡିସେମ୍ବର 29 : ବର୍ତ୍ତମାନ ରାଜ୍ୟରେ କୁହୁଡ଼ି ବଢିବା ସହ ଶୀତ ର ପ୍ରକୋପ କିଛିଟା କମିବାରେ ଲାଗିଛି । ରାତିରେ ମଧ୍ୟ ଗରମ ଅନୁଭବ ହେବାରେ ଲାଗୁଛି । କିନ୍ତୁ ଆଜି କରାଯାଇଛି ଆକଳନ ଅନୁସାରେ ଏହି ତାପମାତ୍ରା ଆସନ୍ତା କାଲି ଠାରୁ ଖସିବା ଆରମ୍ଭ କରିବ । ଯାହାଫଳରେ ୨୯ ଓ ୩୦ ତାରିଖରେ ପୁଣି ଶୀତ ବଢିଯିବ । । ଆଗାମୀ ଦୁଇ ଦିନ ମଧ୍ୟ କିଛି ଜିଲ୍ଲାରେ ବର୍ଷା ହେବା ନେଇ ଅନୁମାନ କରାଯାଇଛି । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଉତ୍ତର ଉପକୂଳ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଆସନ୍ତା କାଲି ମଧ୍ୟ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳରେ ବର୍ଷା ହୋଇପାରେ ।  ସେହିପରି  ଖୋର୍ଦ୍ଧା, ନୟାଗଡ଼, ପୁରୀ, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝରରେ ପ୍ରବଳ କୁହୁଡ଼ି ହେବା ଆଶଙ୍କାରେ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ୩୧ରୁ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ କମିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ନୂଆବର୍ଷରେ ପାଗ ଶୁଖିଲା ରହିପାରେ ।

Leave A Reply

Your email address will not be published.